ପୂର୍ବତନ ବିଧାୟକଙ୍କ ବିୟୋଗରେ ଜିଲ୍ଲାପାଳଙ୍କ ଶୋକ ପ୍ରକାଶ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସାନଖେମୁଣ୍ଡିର ରାଜାସାହେବ ଉଦୟ ନାରାୟଣ ଦେବଙ୍କ ୮୬ ବର୍ଷରେ ଗତକାଲି ବିଳମ୍ବିତ ରାତ୍ର ୧୧ଘଣ୍ଟା ସମୟରେ ଭୁବନେଶ୍ୱର ସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ସେ ୨୦.୧୦.୧୯୩୫ ମସିହାରେ ପୋଡାମାରିଗଡରେ ଜନ୍ମ ଗ୍ରହଣ କରିଥିଲେ । ସାନଖେମୁଣ୍ଡିର ରାଜାସାହେବ ଭାବେ ନିଜର ଦାୟିତ୍ୱ ତୁଲାଇବା ସହ ମୋହନା ନିର୍ବାଚନ ମଣ୍ଡଳୀରୁ ୩ଥର ଯଥା ୧୯୭୪, ୧୯୭୭ ଏବଂ ୧୯୮୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଧାୟକ ଥିବା ସମୟରେ ସ୍ୱର୍ଗତ ରାଜାସାହେବ ବହୁ ଜନହିତକର କାର୍ଯ୍ୟ କରି ଲୋକମାନଙ୍କର ପ୍ରିୟ ପାତ୍ର ହୋଇଥିଲେ । ଏହା ସହ ସ୍ୱର୍ଗତ ଉଦୟ ନାରାୟଣ ଦେବ ବିଶ୍ୱ ବିଖ୍ୟାତ ବିହଙ୍ଗ ବିଜ୍ଞାନୀ ଭାବେ ମଧ୍ୟ ପରିଚିତ ଥିଲେ । ତାଙ୍କର ଏହି ଦଃଖଦ ବିୟୋଗରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହି ପ୍ରଜ୍ଞାପୁରୁଷଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ