ପୂର୍ବତନ ବିଧାୟକଙ୍କ ବୋଲେରୋ ଗାଡିକୁ ଗୁଳିମାଡ

ଫୁଲବାଣୀ,(ସୁର୍ଯ୍ୟ ନାରାୟଣ ବେହେରା): ଟାଉନ୍ ଥାନା FCI ନିକଟସ୍ଥ ଚିତ୍ରକୂଟ ସାହିରେ ଗତ ବିଳମ୍ବିତ ରାତିରେ ଫୁଲବାଣୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ନିଜ ବାସଭବନ ସମ୍ମୁଖରେ ବୋଲେରୋ ଗାଡ଼ିକୁ ଗୁଳି ମାଡ଼ ହୋଇଥିବା ଜାଣି ଫୁଲବାଣୀ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି l ପୁର୍ବ ଶତ୍ରୁତା କିମ୍ବା ରାଜନୈତିକକୁ କେନ୍ଦ୍ର କରିବା ସହିତ ଭୟଭିତ କରିବା ପାଇଁ ଗୁଳି ମାଡ଼ କରିଥିବା କହିଛନ୍ତି ପୂର୍ବତନ ବିଧାୟକ l ଟାଉନ ଥାନା ପୁଲିସ ଅଭିଯୋଗ କ୍ରମେ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଦେଶୀ ବନ୍ଧୁକ ଜବତ ସହ ଜଣଙ୍କୁ ଅଟକ ରଖିଛି l ଏହି ଘଟଣାରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ପୁଲିସ ତଦନ୍ତ ଚଳାଇଛି l ଅନ୍ୟପକ୍ଷରେ ନିକଟରେ ଜଙ୍ଗଲ ଥିବାରୁ ବାହାରୁ ଶିକାର କରିବା ବେଳେ ଏପରି ଘଟଣା ଘଟିଥାଇ ପରେ ଓ ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ଫୁଲବାଣୀ ଏସଡିପିଓ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ