ପୂର୍ବତନ ବିଧାୟକ କିଶୋର ତରାଇଙ୍କ ବିଭିନ୍ନ ବନ୍ୟାଚଂଳ ପରିଦର୍ଶନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ଶନିବାର କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତର ବନ୍ୟାଚଂଳକୁ ପରିଦର୍ଶନରେ ଯାଇ ବିପନ୍ନ ଲୋକମାନଙ୍କୁ ସମବେଦନା ଜଣାଇବା ସହ ବନ୍ୟାର ମୁକାବିଲା କିଭଳି ସଫଳତାର ସହିତ କରାଯାଇପାରିବ ସେ ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ଆଲୋଚନା କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି । ବିଧାୟକ ଶ୍ରୀ ତରାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର, ପଳସିଂହା, ସାନମାଣିତିଆ, ଘାଗରା, କେଶପୁର, ନିଳକଣ୍ଠପୁର ଓ କୋରୋ ପଂଚାୟତ ପ୍ରଭୃତି ବର୍ଷା ଏବଂ ବନ୍ୟା ଜନିତ ଅଂଚଲ ଗୁଡିକ ବୁଲି ସ୍ଥାନୀୟ ଜନସାଧାରଣଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ । ବନ୍ୟା ପ୍ଲାବିତ ଅଂଚଳ ଗୁଡିକରେ ବିପନ୍ନ ଲୋକମାନଙ୍କୁ କିପରି ତୁରନ୍ତ ସହାୟତା ମିଳି ପାରିବ ଓ ବନ୍ୟା ପ୍ଲାବିତ ହେବାର ସମ୍ଭାବନା ଥିବା କେତେକ ସ୍ଥାନରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଲଘୁଚାପ ଜନିତ କ୍ଷୟକ୍ଷତି ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ପଚାରି ବୁଝିବା ସହିତ ନିଜେ ବୁଲି ଦେଖିଥିଲେ । କ୍ଷୟକ୍ଷତି ସମ୍ପର୍କରେ ସେ ବିଭାଗୀୟ କତ୍ତୃପକ୍ଷଙ୍କୁ ଜଣାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଅନୁରୋଧ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।ସେହିସବୁ ପଂଚାୟତ ଗୁଡିକର ଜନସାଧାରଣ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପୂର୍ବତନ ବିଧାୟକ ଶ୍ରୀ ତରାଇଙ୍କୁ ଅବଗତ କରାଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ତରାଇଙ୍କ ଏହି ପରିଦର୍ଶନ ସମୟରେ ତାଙ୍କ ସହିତ ସମାଜସେବୀ ନିରଞ୍ଜନ ପଟ୍ଟନାୟକ, ଜିଲ୍ଲା କୃଷକ ବିଜେଡି ସଭାପତି ସୈାମେନ୍ଦ୍ର ଦାସ, ଚାନ୍ଦ ଖାନ, ସେକ ଟୁକୁ, ଚରଣ ମଳିକ, ବଳରାମ ପରିଡା, କୁଞ୍ଜବିହାରୀ ସ୍ୱାଇଁ, ଗୋପାଳ ବିଶ୍ୱାଳ, ଗଣେଶ ସାମଲ, ଗୋଲେଖ ବାରିକ, ବିଧୁଭୂଷଣ ମିଶ୍ର, କୋରା ପଂଚାୟତର ପୂର୍ବତନ ସରପଂଚ, ଅକ୍ଷୟ କୁମାର, କୋରୋ ସମିତି ସଭ୍ୟ ଉଦୟ ମଲ୍ଲିକ, ଶୁକବାବୁ, ନୁହୁର, ଶୈଳେନ୍ଦ୍ର ପରିଡା, ଭୁଜବଳ ମଲ୍ଲିକ, ସନାତନ ମଲ୍ଲିକ,ମାୟାଧର ମଲ୍ଲିକ, ନୁପୁର ଖାନ ପ୍ରମୁଖ ଉପସ୍ଥିତଥିଲେ ।