ପୂର୍ବତନ ବିଧାୟକ କିଶୋର ତରାଇଙ୍କ ବନ୍ୟାଅଂଚଳ ପରିଦର୍ଶନ ଓ ରିଲିଫ ବଂଟନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ଦୁଇଦିନ ଧରି କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳିର ବିଭିନ୍ନ ବନ୍ୟା ପ୍ରପଡିତ ପଂଚାୟତର ଗ୍ରାମଗୁଡିକୁ ଡଙ୍ଗାରେ ଯାଇ ସେଠାରେ ବନ୍ୟା ବିପନ୍ନ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସେମାନଙ୍କୁ ରିଲିଫ ବଂଟନ କରିଛନ୍ତି । ସୋମବାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ, ଅମୃତମଣୋହୀ, ଅଣ୍ଡରା, ଦାଣ୍ଡିସାହି, ପେଣ୍ଠପାଳ, ଅଳପୁଆ ଓ ତରଡିପାଳ ପ୍ରଭୃତି ପଂଚାୟତର ବିଭିନ୍ନ ଗ୍ରାମକୁ ଡଙ୍ଗା ଯୋଗେ ପହଁଚି ବନ୍ୟା ପ୍ରପିଡିତ ଲୋକମାନଙ୍କୁ ପିଇବା ପାଣି, ଔଷଧ ଓ ଶୁଖିଲା ଖାଦ୍ୟ ବଂଟନ କରିବା ସହିତ କେତେକ ସ୍ଥାନରେ ରାନ୍ଧାଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ସଂହଗାଁ ଓ ନିଳକଣ୍ଠପୁର ପଂଚାୟତର ବିଭିନ୍ନ ଗ୍ରାମଗୁଡିକ ବୁଲି ବନ୍ୟାପିଡିତ ଲୋକମାନଙ୍କୁ ଭେଟି ଆଲୋଚନା କରିବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ,ପିଇବା ପାଣି ଓ ଔଷଧ ପ୍ରଭୃତି ବଂଟନ କରିଥିଲେ । ଏଥିସହିତ ରନ୍ଧାଖାଦ୍ୟର ମଧ୍ୟ ଆୟୋଜନ କରି ଲୋକମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ । ପୂର୍ବତନ ବିଧାୟକ ଶ୍ରୀ ତରାଇଙ୍କ ସହିତ ପୂର୍ବତନ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲ,ସମାଜସେବୀ ଭଗବାନ ବିଶ୍ୱାଳ, ସରପଂଚ ବଲୁରିଆ ରତିକାନ୍ତ ସାମଲ, ବବିତା ମଲ୍ଲିକ, ହେମନ୍ତ ମହାନ୍ତି, ରମେଶ ଦାସ, ସମାଜସେବୀ ନିରଞ୍ଜନ ପଟ୍ଟନାୟକ ଓ ଜିଲ୍ଲା ବିଜୁ କୃଷକ ଜନତା ଦଳ ସଭାପତି ସୈାମେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ