ପୂର୍ବତନ ବିଧାୟକ କିିଶୋର ତରାଇଙ୍କ ବିଭିନ୍ନ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ କେନ୍ଦ୍ରାପଡା ସହରର ବିଭିନ୍ନ ଜକ୍ଷ୍ମୀପୂଜା ମଣ୍ଡପ ଗୁଡିକ ବୁଲି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହିତ ମା’ଙ୍କ ଆଶ୍ରିର୍ବାଦ କାମନା କରିଛନ୍ତି । କେନ୍ଦ୍ରାପଡା ସହରର କଲେଜ ଛକ, ତିନିମୁହାଣି ଛକ, ମଢିଆଳ, ଗରାପୁର ଛକ, ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, କେଶପୁର ବଜାର, ସାନ୍ତସାହି,ନସଡିପୁର ପ୍ରଭୃତି ବିଭିନ୍ନ ଲକ୍ଷ୍ମୀପୂଜା ମଣ୍ଡପ ଗୁଡିକ ବୁଲି ମା’ ଗଜଲକ୍ଷ୍ମୀଙ୍କ ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ପ୍ରତି ପୂଜା ମଣ୍ଡପରେ ପୂର୍ବତନ ବିଧାୟକ ଶ୍ରୀ ତରାଇଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ପରିଦର୍ଶନ ସମୟରେ ପୂର୍ବତନ ବିଧାୟକ ଶ୍ରୀ ତରାଇଙ୍କ ସହିତ ସରୋଜ କୁମାର ସାହୁ, ସୁରେଶ ଚନ୍ଦ୍ର ମର୍ଦ୍ଦରାଜ, ଶକ୍ତିକାନ୍ତ ପାତ୍ର, ଗୈାତ୍ତମ କୁମାର ସ୍ୱାଇଁ, ଶଶିକାନ୍ତ ବଳ ପ୍ରମୁଖ ବହୁ ଦଳୀୟ କର୍ମୀ ଓ ସମର୍ଥକମାନେ ଉପସ୍ଥିତ ଥିଲେ ।


