ପୂର୍ବତନ ବିଧାୟକ ନବୀନନନ୍ଦ ଙ୍କ ଆଖି ଏବେ ଗରିବ କୁଡ଼ିଆ ଉପରେ ନଜର
ଢେଙ୍କାନାଳ, (ତାପସଦାସ):ଆଜି ଢେଙ୍କାନାଳ ଗଁଦିଆ ବ୍ଲକ ପିଙ୍ଗୁଆ ଗ୍ରାମ କୁ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଇଥିଲା ବେଳେ ହଠାତ୍ ଏହି ବ୍ୟକ୍ତି ଙ୍କ ଘର ଉପରେ ମୋର ଦୃଷ୍ଟି ପଡ଼ିଥିଲା । ସେ ଭଦ୍ର ବ୍ୟକ୍ତି ଙ୍କ ର ନାମ ହେଉଛି ଲୋକନାଥ ଦାସ । ତାଙ୍କର ଆବାସ ଯୋଜନା ରେ ଆଜି ପର୍ଯ୍ୟନ୍ତ କାହିଁକି ଘର ହୋଇ ପାରିନି ବୋଲି ମୁଁ ତାଙ୍କୁ ପଚରିବାରେ ତାଙ୍କର ସ୍ତ୍ରୀ ମୋତେ କହିଲେ ସାର୍ ଆମ ଗାଁ ରେ ଦୁଇ ମହଲା ଘର ଥିବା ଲୋକ ଆବାସ ଯୋଜନା ରେ ଘର ପାଉଛନ୍ତି ବୋଲି କହିଥିଲେ।ଯଦି ଏହି କଥାର ସତ୍ୟତା ଥାଏ ତେବେ ଏହା ଅତ୍ୟନ୍ତ ଚିନ୍ତା ଜନକ ! ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ସମିତି ସଭ୍ୟ ମଧ୍ୟ ସେହି ଏକା କଥା କହିଥିଲେ। ମୋ ଜାଣିବାରେ ସ୍ଥାନୀୟ ସରପଞ୍ଚ ଜଣେ ଉତ୍ତମ ଓ କର୍ମଷ୍ଠ ଯୁବକ। ମୁଁ ତାଙ୍କୁ ଅନୁରୋଧ କରିବି ଏହି ବ୍ୟକ୍ତି କିପରି ସରକାରୀ ଯୋଜନା ରେ ଖୁବ୍ ଶୀଘ୍ର ସାମିଲ ହୋଇ ପାରିବେ ସେଥିପାଇଁ ସେ ନିଶ୍ଚୟ ଉଦ୍ୟମ କରିବେ । ମୁଁ ମଧ୍ୟ ଏହି ଘଟଣା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ନିଶ୍ଚୟ ଅବଗତ କରାଇବି ।ଆମ ବିଧାୟକ କହୁଛନ୍ତି ଗ୍ରାମାଞ୍ଚଳ ରେ କିଛି ସମସ୍ୟା ନାହିଁ !ସରକାର ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବେ ବୋଲି ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆଜି ବି ଗରିବ ଲୋକ ଏପରି ଅବସ୍ଥା ରେ ଜୀବନ ନିର୍ବାହ କରୁଛନ୍ତି !