ପୂର୍ବତନ ବିଧାୟକ ନିଜ ସମର୍ଥକ ଙ୍କୁ ପଞ୍ଚାୟତ ସମିତି ଅଧ୍ୟକ୍ଷା କରିବାରେ ସଫଳ ହେଲେ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-କରଞ୍ଜିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ଦୁଧିଆଣି ପଞ୍ଚାୟତ ସମିତି ସଭ୍ୟା ସୁଭଦ୍ରା ମାର୍ଣ୍ଡୀ ଆଜି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବିଷୟ ଘୋଷଣା କରିଛନ୍ତି ରରୁଆଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ପଲ୍ଲବୀ ସ୍ୱାଇଁ। ବିଜେଡି ସମର୍ଥିତ ପ୍ରାର୍ଥୀ ଭବେ ସେ ବ୍ଲକ ଅଧକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ସେ ଦୁଧିଆଣି ପଞ୍ଚାୟତ ସମିତି ସଭ୍ୟା ଭାବରେ ଫେବୃଆରୀ ମାସ ୨୭ ତାରିଖରେ ପ୍ରକାଶିତ ଫଳାଫଳ ରେ ୧୮୦୬ ଖଣ୍ଡ ଭୋଟପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁକ୍ରମଣୀ ସିଂ ଖୁଣ୍ଟିଆ ଙ୍କୁ ୧୩୮୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ। ସେହିପରି ଠାକୁରମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ହେଲେ ସରୋଜିନୀ ମୁଣ୍ଡା । ସେ ହେଉଛନ୍ତି ଚମ୍ପାଝର ଗ୍ରାମପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟା । ଉଲ୍ଲେଖ ଯୋଗ୍ୟ ଯେ କରଞ୍ଜିଆ ବ୍ଲକ ରେ କରଞ୍ଜିଆ ବିଧାୟିକା ନିଜ ସମର୍ଥକ ଙ୍କୁ କରଞ୍ଜିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସନ ରେ ନିର୍ବାଚିତ କରାଇଥିବା ବେଳେ କରଞ୍ଜିଆ ର ପୂର୍ବତନ ବିଧାୟକ ବିଜୟ ନାୟକ ଠାକୁରମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ ରେ ନିଜ ସମର୍ଥିତ ପ୍ରାର୍ଥୀନୀ ଙ୍କୁ ଅଧ୍ୟକ୍ଷା ଆସନ ରେ ନିର୍ବାଚିତ କରାଇବାରେ ସଫଳ ହୋଇଛନ୍ତି ।


