ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ମଣ୍ଡି ତଦାରଖ
ନବରଙ୍ଗପୁର,(ୱାଇଏନଏସ):ଡାବୁ ଗାଁ ପୂର୍ବତନ ବିଧାୟକ ତଥା ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝି ଆଜି ପାପଡାହାଣ୍ଡି ବ୍ଲକ ର ମକିଆ ଏବଂ ଜାମ୍ବଗୁଡା ମଣ୍ଡି କୁ ଯାଇ ଧାନ କିପରି କିଣାଯାଉଛି ତାର ତଦାରଖ କରିଛନ୍ତି । ତଦାରଖ ସମୟରେ ମଣ୍ଡିରେ ଅବ୍ୟବସ୍ଥା ଥିବା ସେ ଅଭିଯୋଗ କରିଛନ୍ତି । ମଣ୍ଡି ଗୁଡିକୁ ଧାନ ନ ଆସି ସିଧାସଳଖ ମିଲ ମାନଙ୍କୁ ପଠାଯାଇ ଶେଷରେ ମଣ୍ଡି ରେଜିଷ୍ଟାର ଏଣ୍ଟ୍ରି କରାଯାଉଥିବା ଅଭିଯୋଗ କରିଛନ୍ତି ସେ । ମଣ୍ଡିରେ ଧାନ ବସ୍ତା ଉଠାଇବା ପାଇଁ ଶ୍ରମିକ ଥିବାବେଳେ ସେମାନେ ଧାନ ଉଠାଇ ନପାରି ନିଜ ପାରିଶ୍ରମିକରୁ ବାଦ ପଡୁଛନ୍ତି । ମଣ୍ଡି ର ଦୈନିକ ଖାତାରେ ଧାନ ମଣ୍ଡିକୁ ଆସିଥିବା ଦର୍ଶାଇ ଶ୍ରମିକଙ୍କ ପାଉଣା ହଡପ କରିବାକୁ ମସୁଧା କରିଥିବା ଶ୍ରମିକ ମାନେ ପୂର୍ବତନ ବିଧାୟକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଧାନ ମଣ୍ଡିକୁ ନ ଆଣି ମିଲ କୁ ଯିବାପରେ ବ୍ୟବସାୟୀ ମାନେ ଏବଂ କିଛି ଚାଷୀ ମଣ୍ଡିକୁ ଧାନ ଆସିଥିବା ଦର୍ଶାଇବା ପାଇଁ ମଣ୍ଡି ପରିଚାଳନାରେ ଥିବା କର୍ମଚାରୀ ମାନେ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଯାହାଫଳରେ ମଣ୍ଡିରେ ଥିବା ଶ୍ରମିକ ନିଜ ପାଉଣା ପାଇବାରୁ ବଞ୍ଚିତ ହେଉଛନ୍ତି । ଜାମ୍ବଗୁଡା ମଣ୍ଡିରେ ୨୭୦୦ କୁଇଣ୍ଟାଲ ଧାନ ଆସିଥିବା ରେଜିଷ୍ଟାର ରେ ଏଣ୍ଟ୍ରି ହୋଇଥିବା ବେଳେ ଶ୍ରମିକ ମାନେ ମାତ୍ର ୮୦୦ କୁଇଣ୍ଟାଲ ଧାନ ବସ୍ତା ଉଠାଇ ଥିବା ସେମାନେ ନିଜ ଖାତାରେ ହିସାବ ରଖିଛନ୍ତି । ବାକି ସବୁ ଧାନ କୁଆଡେ ଗଲା ବୋଲି ପ୍ରଶ୍ନ କରି ଭୁଜବଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ବାକି ଧାନ ସିଧାସଳଖ ମିଲ କୁ ଚାଲି ଯାଇଥିବାରୁ ଶ୍ରମିକମାନେ ନିଜ ପାଉଣା ପାଇବାରୁ ବଞ୍ଚିତ ହେଲେ ବୋଲି କହିଛନ୍ତି । ଏପରି ଗୋଟିଏ ମଣ୍ଡି ନାହିଁ ପ୍ରାୟ ସବୁ ମଣ୍ଡିରେ ଏପରି ଚାଲିଥିବା ଅଭିଯୋଗ କରିଛନ୍ତି ଭୁଜବଳ ମାଝୀ । ଆଗକୁ ସବୁ ମଣ୍ଡିରେ ଶ୍ରମିକଙ୍କ ରେକର୍ଡ ଖାତା ଏବଂ ଲ୍ୟାମ୍ପ ର ଏଣ୍ଟ୍ରି ଖାତାର ଯାଞ୍ଚ କରାଯିବ ବୋଲି କହିଛନ୍ତି ଭୁଜବଳ । ସରକାର କଟନୀ ଛଟନୀ କରାଯିବ ନାହିଁ କହିଥିଲେ କିନ୍ତୁ ବିନା କଟନୀ ଛଟନୀ ରେ ଧାନ ଉଠୁନାହିଁ । ମିଲର ଏବଂ ଲ୍ୟାମ୍ପ କର୍ମଚାରୀ ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ମଣ୍ଡି । ଯାହା ଦେଖିବାକୁ ମିଳିଛି ଝରି ଗାଁ ବ୍ଲକ ଚାଟିଗୁଡା ମଣ୍ଡିରେ । ଗତ ୧୩ ତାରିଖରୁ ଏହି ମଣ୍ଡିରେ ୨୦୦୦ କୁଇଣ୍ଟାଲରୁ ଅଧିକ ଧାନ ପଡି ରହିଥିବା ବେଳେ କଟନୀ ଚଟନୀ ଚିଣ୍ଡୁ ନଥିବା ଯୋଗୁଁ ଧାନ ଏଯାଏଁ ଉଠି ପାରିନି । ସରକାର କେବଳ ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ମଣ୍ଡିରେ କୌଣସି ଅସୁବିଧା ହବ ନାହିଁ ବୋଲି କହିଥିଲେ କିନ୍ତୁ ଜିଲ୍ଲାର ସବୁ ମଣ୍ଡିରେ ଏପରି ଅବ୍ୟବସ୍ଥା ଲାଗି ରହିଛି ତାକୁ ସୁଧାରିବାକୁ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି କହିଛନ୍ତି ଭୁଜବଳ । ଏହାସହ ମଣ୍ଡିରେ ସିସିଟିଭି ନଥିବାବେଳେ ଚାଷୀଙ୍କ ପାଇଁ ଅନ୍ୟାନ୍ୟ ଆନୁସଂଘୀକ ଵ୍ୟଵସ୍ଥା କରାଯାଇନଥିବା ଅଭିଯୋଗ କରିଛନ୍ତି ଭୁଜବଳ । ଆଗକୁ ଯଦି ଏସବୁ ଅବ୍ୟବସ୍ଥା ବିଷୟରେ ସୁଧାର ଅଣା ନଯାଏ ତାହେଲେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଭୁଜବଳ ମାଝୀ ଏବଂ ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ର । ଭୁଜବକ ଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ଆକବର ହୁସେନ ,ବିକାଶ ରାଓ, ଭାସ୍କର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।