ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଲୋକସମ୍ପର୍କ
ପୋଲସରା/ବୁଗୁଡା, (ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଜାନୁଆରୀ ୨ ତାରିଖ ଠାରୁ ୧୪ ତାରିଖ ମଧ୍ୟରେ ୧୧ ଜଣ ଆକସ୍ମିକ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି। ଜାନୁଆରୀ ୨ ତାରିଖ ଦିନ ପୋଲସରା ବ୍ଲକର ଭାଟ୍ଟଖାଲି ଗ୍ରାମର ଭୋବନି ସାମଲଙ୍କ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସେହିପରି ପୋଲସରା ବ୍ଲକ୍ ଜକର ଗ୍ରାମର ପିତାମ୍ବର ପ୍ରଧାନ(୪୮)ଙ୍କ ଆକସ୍ମିକ ମୃତ୍ୟୁ ବରଣ ଖବର ପାଇ ପୂର୍ବତନ ମନ୍ତ୍ରୀ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିଦିନ ପୋଲସରା ବ୍ଲକର ଝିଟିକାବାଡ଼ି ଗ୍ରାମର ସୁନିଲ୍ କୁମାର ମହାପାତ୍ର (୨୫) ଓ ପ୍ରିୟଙ୍କା ଦାସ (୨୩) ଉଭୟଙ୍କ ଆକସ୍ମିକ ମୃତ୍ୟୁ ବରଣ ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ଦୁଇ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଜାନୁଆରୀ ୦୩ ତାରିଖ ଦିନ ପୋଲସରା ବ୍ଲକର ଶ୍ରଦ୍ଧାପୁର ଗ୍ରାମର ରେଣୁ ସାହୁ (୪୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଜାନୁଆରୀ ୦୮ ତାରିଖ ଦିନ ବୁଗୁଡ଼ା ବ୍ଲକ୍ ମାଣିକ୍ୟପୁର ଗ୍ରାମର ତମ୍ବାଳ ନାଇକ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଜାନୁଆରୀ ୦୯ ତାରିଖ ଦିନ ବୁଗୁଡ଼ା ବ୍ଲକର ସଙ୍କୁରୁ ଗ୍ରାମର ନିଳାଞ୍ଚଳ ବିଷୋୟୀ (୩୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛଥିଲେ। ଜାନୁଆରୀ ୧୦ ତାରିଖ ଦିନ ପୋଲସରା ବ୍ଲକର ଭାବରଡ଼ା ଗ୍ରାମର କାଞ୍ଚନ ବରାଡ଼ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସେହି ଦିନ ବୁଗୁଡ଼ା ଏନ.ଏ.ସି ୱାର୍ଡ଼ ନଂ ୦୬ ହରିଶରଣପୁର ଶାସନର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲମ୍ବୋଦର ମିଶ୍ର ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଜାନୁଆରୀ ୧୩ ତାରିଖ ଦିନ ପୋଲସରା ବ୍ଲକର ନିମିନା ଗ୍ରାମର ପ୍ରଭାସିନୀ ପ୍ରଧାନ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସେହି ଦିନ ବୁଗୁଡ଼ା ବ୍ଲକର ବେଲପଡ଼ା ଗ୍ରାମର ଶୁକଦେବ ସ୍ୱାଇଁ (୨୭) ସୁରାଟ ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଟ୍ରେନ୍ ଦୁର୍ଘଟଣାରେ ଶ୍ରୀ ସ୍ୱାଇଁ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଜାନୁଆରୀ ୧୪ ତାରିଖ ଦିନ ପୋଲସରା ବ୍ଲକର କଳମ୍ୱ ଗ୍ରାମର ଜୟନ୍ତ ସାହୁ (୩୬) ଛତିଶଗଡ଼ ବିଳାସପୁର କାରଖାନାରେ କାର୍ଯ୍ୟରତ ସମୟରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।