ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗରେ ଶୋକସଭା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସ୍ୱାଧୀନତା ସଂଗ୍ରାମୀ ନାରାୟଣ ଚନ୍ଦ୍ର ପତିଙ୍କ ବିୟୋଗରେ ଶୁକ୍ରବାର ଗଣିଜାଙ୍ଗ କାଳୀ ପଡିଆ ଠାରେ ସାମାଜିକ ଦୂରତା ମଧ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରାଧ୍ୟାପକ ହୃଷିକେଶ ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ସମାଜସେବୀ ଭୀମସେନ ସାମଲ, ହୃଷିକେଶ ଘଡେଇ, ବଜାର କମିଟିର ସଭାପତି ହୃଷିକେଶ ଘଡେଇ, ବଜାର କମିଟିର ସଂପାଦକ ରାମ ଚନ୍ଦ୍ର ପଣ୍ଡା, ଶିକ୍ଷକ ରମାକାନ୍ତ ରାଉତ, ଅଭୟ କୁମାର ପ୍ରଧାନ, ଶରତ ଚନ୍ଦ୍ର ବେହେରା, ହରିହର ଧଳ, ରଘୁନାଥ ଦାସ, ନାରାୟଣ ଚନ୍ଦ୍ର ସେଠୀ, ମଧୁସୂଦନ ପ୍ରଧାନ, ଶ୍ରୀକାନ୍ତ ସାହୁ, ଶିକ୍ଷକ ବଳରାମ ସେଠୀ, ଅବସରପ୍ରାପ୍ତ ଶିକ୍ଷକ ଗଣେଶ ପ୍ରସାଦ ଜେନା, ଲକ୍ଷ୍ମଣର ଗିରି ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପତି ଏକାଧାରରେ ଜଣେ ସମାଜସେବୀ, ଶିକ୍ଷାବିତ୍, ରାଜନେତା ଥିଲେ । ତାଙ୍କ ବିୟୋଗରେ ଗଣିଜାଙ୍ଗ ପଞ୍ଚାୟତ ସମେତ ବନ୍ତ ବ୍ଲକର ଅପୂରଣୀୟ କ୍ଷତି ହୋଇଛି ବୋଲି ବକ୍ତାମାନେ କହିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ପତିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।


