ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଶ୍ରାଦ୍ଧ ଦିବସରେ ସ୍ମୃତି ସଭା

ଛତ୍ରପୁର (ଦେବଦତ୍ତ ମହାରଣା): ଚାଷୀ ମୁଲିଆର ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏନ୍‌. ଆଚାରୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଚିକଲଖଣ୍ଡି ଗ୍ରାମ ସ୍ଥିତ ସିପିଆଇ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ଜୋନାଲ ସହ ସମ୍ପାଦକ ଡି. ଆଦି ନାରାୟଣ ରେଡ୍ଡିଙ୍କ ପୌରାହିତ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସିପିଆଇ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀହର୍ଷ ରଥ, ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ଅଧ୍ୟାପକ ପ୍ରିୟଦର୍ଶି ପଲାଇ, ଛତ୍ରପୁର ଜୋନାଲ ସମ୍ପାଦକ ଏସ୍‌. କ୍ରିଷ୍ଣା ରେଡ୍ଡି, ଗଞ୍ଜାମ ଜୋନାଲ ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ, ପୂର୍ବତନ ବିଧାୟକ ଅଶୋକ ଚୈାଧୂରୀ, ଛତ୍ରପୁର ଏନଏସିର ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଆଇନଜିବୀ ମନୋଜ କୁମାର ପାଢୀ ଓ ଆଦିତ୍ୟ ମିଶ୍ର, ବିଜୁ ଶ୍ରମିକ ସାମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ, ଦୁର୍ଯ୍ୟୋଧନ ନାହାକ, ଗୁରୁଦେବ ବେହେରାଙ୍କ ସମେତ ସିପିଆଇ ପାର୍ଟିର ନେତା ଓ କର୍ମୀ ଏବଂ ଅନ୍ୟ ଦଳର କିଛି ନେତା ମାନେ ଯୋଗ ଦେଇ ସ୍ୱର୍ଗତ ଆଚାରୀଙ୍କ ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ