ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିଜେଡିରେ ଯୋଗଦାନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମ ନାରାୟଣ ସାହୁ ବିଜେପି ତ୍ୟାଗ କରି ଫେବୃଆରୀ ୦୯ ତାରିଖ ଦିନ ନିଜ ପଞ୍ଚାୟତ ଅନ୍ତର୍ଗତ କଦମ୍ବ ମଠ ପରିସରରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ନେଇ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ପ୍ରକାଶ କରିଛନ୍ତି । ରାମ ନାରାୟଣ ସାହୁ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ। ରାମକୃଷ୍ଣ ପଟ୍ଟନାୟକ ବିଜେପିରେ ଯୋଗ ଦେବାପରେ ତାଙ୍କ ପଥ ଅନୁସରଣ କରି ବିଜେପିରେ ଯୋଗ ଦେଇଥିଲେ । ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଲୋକାଭିମୁଖୀ ଯୋଜନା ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନସମ୍ପର୍କ ଓ ବିକାଶ ମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ରାମ ନାରାୟଣ ସାହୁଙ୍କୁ ବିଧାୟକ ଶ୍ରୀ ସାହୁ ପୁଷ୍ପମାଲ୍ୟ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରି ବିଜେଡିରେ ଗ୍ରହଣ କରିବା ଘୋଷଣା କରିଥିଲେ । ରାମ ନାରାୟଣ ସାହୁଙ୍କ ଯୋଗଦାନ ବିଜୁ ଜନତା ଦଳକୁ ଆହୁରି ସୁଦୃଢ କରିପାରିବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେବତୀ ମୋହନ ନାୟକ, କବିରାଜ ଗୌଡ଼, ଖଦାଳ ଖଟେଇ, ମନୋରଞ୍ଜନ ସାହୁ, ଧରଣୀଧର ପଣ୍ଡା, ମନୋଜ କୁମାର ମହାନ୍ତି, ସୁବ୍ରତ ରାଖଲ ଦାସ, ୪୩ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଚାନ୍ଦିନୀ ନାୟକ ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ