ପୂର୍ବତନ ଭେଷଜ ବିଷାରଦଙ୍କ ପରଲୋକ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକରେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ସେବା ଯୋଗାଇ ଆସୁଥିବା ଡା. ସୁରଥ କୁମାର ବିଶ୍ବାଳ (୭୪)ଙ୍କର ବୁଧବାର ସକାଳେ କେରଳର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି । ସେ ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅଧୀନ କୁଳେଇପଦା ଗ୍ରାମରେ ଏକ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଧୂଷୁରୀ, ଚାନ୍ଦବାଲି ଓ ଭଦ୍ରକ ଆଦି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସକ ଭାବେ ସେ କାର୍ଯ୍ୟ କରିଥିଲେ । ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚ୍ଚିବ ଭାବେ କାର୍ଯ୍ୟ କରି ସେ ୨୦୦୭ରେ ଅବସର ଗ୍ରହଣ କରିଥିଲେ । ସେ ପ୍ରଜାପିତା ବ୍ରହ୍ମା କୁମାରୀ ଧର୍ମସଂସ୍ଥା ସହ ଜଡିତ ଥିଲେ । ଭଦ୍ରକର ବିଭିନ୍ନ ସାମାଜିକ ଓ ସାହିତ୍ୟ ସଙ୍ଗଠନ ସେ ଜଡିତ ଥିଲେ । ଶୁକ୍ରବାର ତାଙ୍କ ମର ଶରୀରକୁ ତାଙ୍କ ଗ୍ରାମକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ