ପୂର୍ବତନ ମନ୍ତ୍ରୀଙ୍କ ଦ୍ୱାଦଶାହରେ ବିଜେଡ଼ି ପକ୍ଷରୁ ଶୋକସଭା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଶ୍ରୀ କାଶୀବିଶ୍ବନାଥ ଶୈବପୀଠ ପ୍ରାଙ୍ଗଣରେ ଗୁରୁବାର ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଦ୍ବାଦଶାହ ଅବସରରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ବିଜେଡ଼ି ପକ୍ଷରୁ ଆୟୋଜିତ ସଭାରେ ଦିଗପହଣ୍ଡି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ।ଏହି ଅବସରରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବହୁସଂଖ୍ୟକ ଯୁବ ,ଛାତ୍ର, ମହିଳା , ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ସ୍ବର୍ଗତ ନବ କିଶୋର ଦାସ ଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ରାଜ୍ୟର ଉତ୍ତମ ସ୍ୱାସ୍ଥ୍ୟ ସେବା ସହ ଲୋକଙ୍କ କଲ୍ୟାଣ ପାଇଁ ସ୍ବର୍ଗତ ନବ ଦାସ କରିଯାଇଥିବା କାର୍ଯ୍ୟ ସବୁବେଳେ ତାଙ୍କୁ ସ୍ମରଣୀୟ କରି ରଖିବ। ବିଜୁ ଜନତା ଦଳରେ ନବ ଦାସଙ୍କ ସ୍ଥାନ ସର୍ବଦା ଅପୂରଣୀୟ ହୋଇ ରହିବ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀ,ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ, କୈଠଡ଼ା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼, ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ, ଭଗବାନ ବାଡତ୍ୟା,ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ନଗରପାଳ ଉଦୟନାଥ ସ୍ୱାଇଁ,ବରିଷ୍ଠ ନେତା ଶମ୍ଭୁ ପଣ୍ଡା , ରାଜକିଶୋର ମହାନ୍ତି, ମନୋଜ କୁମାର ସାହୁ, ବିଦେଶୀ ଗୌଡ଼, ଗଣେଶ ରେଡ୍ଡୀ,ଏସ. ଜଗନ୍ନାଥ ପ୍ରମୁଖ ବିଭିନ୍ନ ପଞ୍ଚାୟତର ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ,ଦଳୀୟ କର୍ମୀ ଯୋଗ ଦେଇଥିଲେ।