ପୂର୍ବତନ ମନ୍ତ୍ରୀ କେନ୍ଦ୍ରାପଡାର ବରପୁତ୍ର ସୂର୍ଗତ ଦୀନବନ୍ଧୁ ସାହୁଙ୍କ ୧୧୧ତମ ଜୟନ୍ତୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ବରପୁତ୍ର, ଓଡିଶାର ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ଆଇନଜୀବି ତଥା ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଗତ ଦୀନବନ୍ଧୁ ସାହୁଙ୍କ ୧୧୧ତମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ତହସିଲ କାର‌୍ୟୟାଳୟ ନିକଟରେ ଥିବା ଆବକ୍ଷ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ସ୍ୱର୍ଗତ ସାହୁ କେନ୍ଦ୍ରାପଡା ଜିଲ୍ଲାର ଜଣେ ବିକାଶ ପୁରୁଷ ଥିଲେ ଏବଂ କେନ୍ଦ୍ରାପଡାର ସାମୁହିକ ବିକାଶରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଏହି ଉପଲକ୍ଷେ ପୂର୍ବତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଜୟ କୁମାର ସାମଲ, ଜିଲ୍ଲା ଓକିଲ ସଙ୍ଘର ପ୍ରାକ୍ତନ ସଭାପତି ସରୋଜରାଜ ସିଂ, ସିପିଆଇ ଜିଲ୍ଲା ସମ୍ପାଦକ ଗୟାଧର ଧଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବେହେରା ସ୍ୱର୍ଗତ ସାହୁଙ୍କ ପ୍ରତିମୂର୍ତ୍ତି ଉପରେ ଆବରଣ ଛାତ ପକାଯିବା ସହିତ ସଂପୃକ୍ତ ଅଞ୍ଚଳକୁ ଆହୁରି ପ୍ରସସ୍ତ କରିବା ପାଇଁ ଆବଶ୍ୟକ ଅନୁଦାନ ଯୋଗାଇଦେବାକୁ ପ୍ରତିସୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଆଇନଜୀବୀ ନିତ୍ୟାନନ୍ଦ ସ୍ୱାଇଁ, କୁଞ୍ଜବିହାରୀ ପରିଡା,ଶାନ୍ତିସ୍ୱରୂପ ଭୂୟାଁ, ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି, ଜିଲ୍ଲା ବିଜେଡି ସମ୍ପାଦକ ବିଜୟ ପତି, ଗୋପାଳକୃଷ୍ଣ ଜେନା, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ହିରଣ୍ୟ ପଣ୍ଡା, ଦେବେନ୍ଦ୍ର ଦାସ, ରଞ୍ଜନ ଦାସ, ବନମାଳି ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ