ପୂର୍ବତନ ମନ୍ତ୍ରୀ ଗଙ୍ଗାଧର ପ୍ରଧାନଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀଜୁଏଲ ଓରାମ ଶୋକ ପ୍ରକଟ୍ଟ
ସୁନ୍ଦରଗଡ଼,(ଯୁଗାଦ୍ଦ ନ୍ୟୁଜ)ସୁନ୍ଦରଗଡ଼ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଗଙ୍ଗାଧର ପ୍ରଧାନଙ୍କ ବିୟୋଗରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଗଭୀର ଶୋକ ପ୍ରକଟ୍ଟ
କରିଛନ୍ତି । ଏକ ଶୋକ ବାର୍ତାରେ ଶ୍ରୀଓରାମ କହିଛନ୍ତିଯେ,ସ୍ୱର୍ଗତ ପ୍ରଧାନ ସୁନ୍ଦରଗଡ଼ ପାଇଁ ଗର୍ବ ଥିଲେ । ଚାରି ଚାରି ଥର ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ସୁୂନ୍ଦରଗଡ଼ ପାଇଁ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ । ତାଙ୍କର ବିୟୋଗ ନିଶ୍ଚିତ ଭାବରେ ସୁନ୍ଦରଗଡମାଟି ଜଣେ ଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ଶ୍ରୀଓରାମ କହିଛନ୍ତି । ଏହି ଦୁଃଖଦ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀଓରାମ ତାଙ୍କର ଶୋକସନ୍ତପ୍ତ ପରିବାର, ବନ୍ଧୁବର୍ଗ ଓ ଶୁଭେଚ୍ଛୁମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।