ପୂର୍ବତନ ମନ୍ତ୍ରୀ ଦୀନବନ୍ଧୁ ସାହୁଙ୍କ ୩୯ତମ ଶ୍ରାଦ୍ଧ ବାର୍ଷିକୀ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ଓଡିଶାର ପୂର୍ବତନ ମନ୍ତ୍ରୀ,ପ୍ରାକ୍ତନ ଆଡଭୋକେଟ ଜେନେରାଲ ତଥା ସଂଗ୍ରାମୀ ସୂର୍ଗତ ଦୀନବନ୍ଧୁ ସାହୁଙ୍କ ୩୯ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସହରର କଜଳା ତହସିଲ ଅଫିସ ସମ୍ମୁଖରେ ଥିବା ତାଙ୍କ ଅବୟବ ପ୍ରତିମୂର୍ତ୍ତିରେ ଶନିବାର ପୂର୍ବାହ୍ନରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ସେଠାେରେ ଏକ ସ୍ମୃତିଚାରଣ ସଭା କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡଃ.ବାସୁଦେବ ଦାସ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଅଜୟ କୁମାର ସାମଲ ଓ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରି ପାଠୀ ଯୋଗଦେଇ ସୂର୍ଗତ ସାହୁଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବୀତ ଇଶ୍ୱର ଚନ୍ଦ୍ର ସାହୁ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଧ୍ରୁବ ଚରଣ ଜେନା, ବିଜେଡି ଦଳିତ ନେତା ଦୁଷ୍ମନ୍ତ ମଲ୍ଲିକ, ଜିଲ୍ଲା ପ୍ରତିଭାପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ଡଃ.ଗଦାଧର ମଲ୍ଲିକ, ପ୍ରଦୀପ୍ତ ମହାନ୍ତି, ଯୁବନେତା ରାଜେଶ ପଣ୍ଡା, ଦେବଦାସ ମହାନ୍ତି, ଶ୍ରୀକାନ୍ତ ପଣ୍ଡା, ନିତ୍ୟାନନ୍ଦ ସୂଆର, ଚନ୍ଦ୍ରଭାନୁ ବରାଳ, ଆଇନଜୀବି ସାରୋଜରାଜ ସିଂ, ବିଜୟ କୁମାର ପତି, ଶକ୍ତିକାନ୍ତ ପାତ୍ର, ନିତ୍ୟାନନ୍ଦ ସ୍ୱାଇଁ, ହିରଣ୍ୟ କୁମାର ପଣ୍ଡା, ଗୋଲେଖ ପଢିହାରୀ, ସଞ୍ଜୟ କୁମାର ରାଉତ, ମହମ୍ମଦ ନିୟାଜ(ମତୁ), ମୁକ୍ତାର ଖାଁ, ଶୁକଦେବ ସାହୁ, ସରୋଜ ମହାନ୍ତି, ଶୁକଦେବ ଦାସ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସୂର୍ଗତ ସାହୁଙ୍କର ସ୍ମୃତିଚାରଣ କରିଥିଲେ । ସୂର୍ଗତ ସାହୁଙ୍କ ଦାୟାଦ ତଥା ପ୍ରାକ୍ତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ ସଭା ପରିଚାଳନା କରିଥିଲେ ।