ପୂର୍ବତନ ମନ୍ତ୍ରୀ ଦୀନବନ୍ଧୁ ସାହୁଙ୍କ ୧୧୦ତମ ଜନ୍ମୋତ୍ସବ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍):ଓଡିଶାର ପୂର୍ବତନ ଆଡଭୋକେଟ ଜେନେରାଲ ,ପ୍ରାକ୍ତନ ମନ୍ତ୍ରୀ ତଥା ସଂଗ୍ରାମୀ ସୂର୍ଗତ ଦୀନବନ୍ଧୁ ସାହୁଙ୍କ ୧୧୦ତମ ଜନ୍ମବାର୍ଷିକୀ ଅବସରରେ ସହରର କଜଳା ତହସିଲ ଅଫିସ ସମ୍ମୁଖରେ ଥିବା ତାଙ୍କ ଅବୟବ ପ୍ରତିମୂର୍ତ୍ତିରେ ଗୁରୁବାର ପୂର୍ବାହ୍ନରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ସେଠାେରେ ଅନୁଷ୍ଠିତ ସାମୁହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ସାହିତ୍ୟିକ ଡଃ.ବାସୁଦେବ ଦାସ, ଅଧ୍ୟାପକ ଅଜୟ କୁମାର ସାମଲ ,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ବିଜେଡି ଦଳିତ ନେତା ଦୁଷ୍ମନ୍ତ ମଲ୍ଲିକ, ଜିଲ୍ଲା ପ୍ରତିଭାପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ସୂର୍ଗତ ସାହୁଙ୍କ ଦାୟାଦ ତଥା ପ୍ରାକ୍ତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ , ଯୁବନେତା ରାଜେଶ ପଣ୍ଡା, ପ୍ରଦୀପ୍ତ ମହାନ୍ତି(ପୀରଭାଇ), ପଣ୍ଡିତ ହୃଷିକେଶ ରଥ, ବିଚିତ୍ରାନବନ୍ଦ ନାୟକ, ମରୁତ କୁମାର ସ୍ୱାଇଁ, ଅମୀୟ ସାହୁ, ଉପେନ୍ଦ୍ର ମହାନ୍ତି, ନୃସିଂହ ଚରଣ ତ୍ରିପାଠୀ, ବିଜୟ ପତି, ଶକ୍ତିକାନ୍ତ ପାତ୍ର, ନିତ୍ୟାନନ୍ଦ ସ୍ୱାଇଁ, ଗୋଲେଖ ପଢିହାରୀ, ମୁକ୍ତାର ଖାଁ, ନାରାୟଣ ମହାରଣା, ମନୋରଞ୍ଜନ ଦାସ, ନାରାୟଣ ସାହୁ, ଭାଗିରଥୀ ଜେନା,ଆଲୋକ ସାହୁ, ଶିବ ପ୍ରସାଦ ଭୋଳ, ଦେବଦାସ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସୂର୍ଗତ ସାହୁଙ୍କର ସ୍ମୃତିଚାରଣ କରିଥିଲେ ।


