ପୂର୍ବତନ ମନ୍ତ୍ରୀ ପ୍ରହଲ୍ଲାଦ ମଲିକଙ୍କ ଜୟନ୍ତୀ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରହଲ୍ଲାଦ ମଲିକଙ୍କ ଜୟନ୍ତୀ ବୁଧବାର କେନ୍ଦ୍ରାପଡା ସହରର କଜଳା ଠାରେ ପାଳିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ମଲିକଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ପୂର୍ବତନ ବିଧାୟିକା ତଥା ସ୍ୱର୍ଗତ ମଲିକଙ୍କ ସୁପୁତ୍ରୀ ଡଃ. ସିପ୍ରା ମଲିକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ନଗରପାଳ ଧିରେନ ସାହୁ, ପୂର୍ବତନ ରାଜ୍ୟ ଖଦ୍ଦିବୋର୍ଡ ଅଧ୍ୟକ୍ଷ ତେଜଶ୍ୱର ପରିଡା, ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ମହେନ୍ଦ୍ର ମିଶ୍ର, ବିଜୟ ପତି, ଅଧ୍ୟାପକ ଅଜୟ ସାମଲ, ପ୍ରବିର ମହାନ୍ତି, ଅଧ୍ୟାପକ ଡଃ. ଗିରିଶ ପାତ୍ର, ସୟଦ ଅକମଲ ଅଲ୍ଲୀ, ନାରାୟଣ ସାହୁ, ଅକ୍ଷୟ ମେକାପ, ଶରତ ବେହୁରା ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


