ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୁଲ୍ୟରେ ଶନିବାର ସଂନ୍ଧ୍ୟାରେ ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ପାଟକୁରାର ପୂର୍ବତନ ବିଧାୟକ ସୂର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଝଳି ସଭା ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟିକା ତଥା ରାଜ୍ୟ ଖାଦ୍ୟ କମିଶନର ସଦସ୍ୟା ଡଃ.ସିପ୍ରା ମଲ୍ଲିକ,ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡଃ.ବାସୁଦେବ ଦାସ,ସମ୍ମାନୀତ ଅତିଥି ଭାବେ ପୂବଙତନ ମନ୍ତ୍ରୀ ଗଣେଶ୍ୱର ବେହେରା,ପ୍ରାଧ୍ୟାପକ ଅଜୟ କୁମାର ରାଉତ ପ୍ରମୁଖ ଯୋଗଦେଇ ସୂର୍ଗତ ଅଗ୍ରୱାଲଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗି ଥିବା ସୂର୍ଗତ ବେଦପ୍ରକାଶ ଅଗ୍ରୱାଲ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ଓ ପାଟକୁରା ଦୁଇଟି ସ୍ଥାନରୁ ୬ଥର ବିଧାନସଭାକୁ ନିର୍ବାଚିତ ହୋଇ ଅର୍ଥ,ଯୋଗାଣଓ ପରିବହନ ବିଭାଗ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦକ୍ଷତାର ସହିତ ତୁଲାଇଥିଲେ ବୋଲି କହିଥିଲେ । ମୁଲ୍ୟବୋଧ ଭିତିକ ରାଜନୀତିରେ ବିଶ୍ୱାସ ରଖୁଥିବା ସୂର୍ଗତ ଅଗ୍ରୱାଲ ଅତ୍ୟନ୍ତ ଜନପ୍ରିୟ ଓ କର୍ମୀବତ୍ସଳ ଥିଲେ । ତାଙ୍କର ଆବର୍ତ୍ତମାନରେ କେନ୍ଦ୍ରାପଡାବାସୀ ଅତ୍ୟନ୍ତ ମ୍ରିୟମାଣ ହୋଇପଡିଛନ୍ତି ଏବଂ ସେ କେନ୍ଦ୍ରାପଡାବାସୀଙ୍କ ପାଇଁ ସର୍ବଦା ଅବିସ୍ମରଣୀୟ ହୋଇ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ମନୋଜ ଦାସ ଅତିଥି ପରିଚୟ ପ୍ରଦାନ,ଗୋଲଖ ଚନ୍ଦ୍ର ପଢିହାରୀ ସ୍ୱାଗତ ଭାଷଣ ଓ ମୁକ୍ତାର ଖାଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ଆଶାନନ୍ଦ ସାହୁ,ଧିରେନ ସାହୁ,ପରୀକ୍ଷିତ ପାତ୍ର,ରୋସ୍ôନା ସାହୁ,ସଚିଦାନନ୍ଦ ବେହେରା,ଚିତ୍ତରଞ୍ଜନ ଦାସ,ଦେବଦାସ ମହାନ୍ତି,ରାଜ୍ୟ ମତ୍ସ୍ୟ କଂଗ୍ରେସ ସଭାପତି ହଳଧର ସେଠୀ,ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂହ,ସଞ୍ଜୟ ଜେନା,ସୁବାଷ ପାତ୍ର,ନିରଞ୍ଜନ ଦାସ,ପିତାମ୍ବର ମହାନ୍ତି,ରୁନା ସିଂହ,ସବିତା ସାହୁ,ସେକ ସମସୁର,ନାରାୟଣ ସାହୁ,ପ୍ରଫୁଲ୍ଲ କୁମାର ସାହୁ,ସନ୍ତୋଷ କୁମାର କର,ଗୋପାଳକୃଷ୍ଣ ଜେନା,ଅମରବର ବିଶ୍ୱାଳ ପ୍ରମୁଖ ଯୋଗଦେଇ ସୂର୍ଗତ ଅଗ୍ରୱାଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।