ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କୁ କେନ୍ଦ୍ରାପଡାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌);  ବିଚକ୍ଷଣ ବାଗ୍ମୀ, ବରିଷ୍ଠ ଆଇନଜୀବି,ପ୍ରଖ୍ୟାତ ରାଜନୀତିଜ୍ଞ,ରାଜ୍ୟ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ, ଅବକାରୀ, ଉଚ୍ଚଶିକ୍ଷା, ଯୋଜନା ଓ ସମନ୍ୱୟ ଏବଂ ଅର୍ଥମନ୍ତ୍ରୀ ସୂର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କୁ ରବିବାର କେନ୍ଦ୍ରାପଡାରେ ଗଭୀର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।  ଭୂବନେଶ୍ୱରସ୍ଥିତ ବାସଭବନରେ ଶନିବାର ରାତିରେ ସୂର୍ଗତ ମହାନ୍ତିଙ୍କ ପରଲୋକ ହେବା ପରେ ପ୍ରଥମେ ତାଙ୍କ ବାସଭବନରେ ଓ ପରେ ଭୂବନେଶ୍ୱର କଂଗ୍ରେସ ଭବନରେ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଶେଷ ଦର୍ଶନକରି ଶ୍ରଦ୍ଧାଞ୍ଜଳି ଅର୍ପନ କରିବା ପରେ ତାଙ୍କ ମର ଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ଜନ୍ମଭୂମି କେନ୍ଦ୍ରାପଡାକୁ ଅଣାଯାଇଥିଲା ।  କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଦେଇ ଆସିବା ସମୟରେ ନିଶ୍ଚିନ୍ତକୋଇଲି ଠାରେ ବିଶିଷ୍ଟବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଅସୁରେଶ୍ୱର,ଚାନ୍ଦୋଳ ଓ ବାଲିଆ ବଜାର ଠାରେ ଅଧ୍ୟାପକ ଅଜୟ କୁମାର ରାଉତ,ପୂର୍ବତନ ଭାଗବତପୁର ସମିତିସଭ୍ୟ ପ୍ରମୋଦ କୁମାର ସାହୁ, ପୂର୍ବତନ ମନ୍ତ୍ରୀ  ଗଣେଶ୍ୱର ବେହେରା, ଭାଗୀରଥୀ ଜେନା,ବ୍ଲକ କଂଗ୍ରେସ ସଭାପତି ଶିବ ପ୍ରସାଦ ବିଶ୍ୱାଳ,ନଗର କଂଗ୍ରେସ ସଭାପତି ସୈାମେନ୍ଦ୍ର ପୃଷ୍ଟି  ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଦୁହୁରିଆ ବଜାର ଠାରେ ବଜାର କମିଟି ପକ୍ଷରୁ ସନାତନ ମୁଦୁଲି,ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା,ଇଂ ଜ୍ଞାନଦେବ ବେଉରା  ଏବଂ  ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡା, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ପ୍ରମୁଖ ଏବଂ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ନିକଟରେ କଲେଜ ଅଧ୍ୟକ୍ଷ ଡଃ.ଦେବେନ୍ଦ୍ର କୁମାର ମିଶ୍ର,ପୂର୍ବତନ ଅଧ୍ୟକ୍ଷ ଡଃ.ନରହରି ଲେଙ୍କା,କୃପାସିନ୍ଧୁ ସାହୁ, ଜିଲ୍ଲାପାଳ ସମର୍ଥ ବର୍ମା, ଅବସରପ୍ରାପ୍ତ ପ୍ରଶାସକ ବିଜୟ ନାୟକ, ଆଇନଜୀବି ଅକ୍ଷୟ ମହାନ୍ତି, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା,ଶିକ୍ଷାବିତ ଶୁଭାଂଶୁ କୁମାର ଦାସ, ସ୍ଥାନୀୟ ବାସୀନ୍ଦା, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, ଅଧ୍ୟାପକ ରଞ୍ଜିତ ଦାସ, ତିନିମୁହାଣି ଛକରେ ବଜାର କମିଟି , ଅର୍ବାନ ବ୍ୟାଙ୍କ ନିକଟରେ ମୁଖ୍ୟ ପ୍ରଶାସନିକ ଅଧିକାରୀ ସୁଶିଲ ସାମଲ, ମନ୍ମଥ ନାଥ ରାଉତ, ଅଶୋକ ମହାନ୍ତି, କୈାଳାସ ସାମଲ, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ପୈାରପାଳ ମହମ୍ମଦ ଆକବର ଅଲ୍ଲୀ, ପ୍ରବୀର ମହାନ୍ତି, ରାଜୁ କୁବେର, ମାର୍ଶାଘାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୈାରାଙ୍ଗ ଚରଣ ଲେଙ୍କା, ଡଃ.ବାସୁଦେବ ଦାସ, ଇଶ୍ୱର ଚନ୍ଦ୍ର ସାହୁ, ବ୍ୟାଙ୍କର ନିର୍ଦେଶକ ଫକିର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ଶରତ ବେଉରା, ମୁକ୍ତାର ଖାଁ, ଜୟନ୍ତ ମହାନ୍ତ, ପୂର୍ବତନ ବ୍ୟାଙ୍କ ନିର୍ଦେଶକ ତଥା ଆଇନ ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ରଘୁନନ୍ଦନ ପଣ୍ଡା, ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟରେ ସଭାପତି ଧ୍ରୁବ ଚରଣ ଜେନା, ଦେବଦାସ ମହାନ୍ତି, ଉମେଶ ସିଂ, ସରୋଜରାଜ ସିଂ, ବିଚିତ୍ରାନନ୍ଦ ମହାନ୍ତି, ପ୍ରଦୀପ କୁମାର ଦାଶ, ସଞ୍ଜୟ କୁମାର ଜେନା, କେନ୍ଦ୍ରାପଡା ଏସଡିପିଓ  ରାଜୀବଲୋଚନ ପଣ୍ଡା, ପୈାରସଂସ୍ଥା କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ତଥା ପୈାର ପ୍ରଶାସକ ଜ୍ୟୋତିଶଙ୍କର ମହାପାତ୍ର ଓ ପୈାର କର୍ମଚାରୀମାନେ, ସିପିଆଇ ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସିପିଆଇ(ଏମ) ଜିଲ୍ଲା ସାଧାରଣ ସମ୍ପାଦକ ଗୟାଧର ଧଳ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କେନ୍ଦ୍ରାପଡା ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, କଂସାର ସରପଂଚ ପ୍ରଦୁମ୍ନ କୁମାର ଜେନା ଓ ଅଫିସ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ପୁରୁଣା ବସଷ୍ଟାଣ୍ଡରେ  ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ  କାକଟସ୍ଥିତ  ନିଜ ବାସଭବନରେ ତାଙ୍କର ସମସ୍ତ କ୍ରୀୟା ସମ୍ପନ୍ନ ହୋଇଥିଲା । ତାଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ରବି ସାମଲ, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା,ପୂର୍ବତନ ସାସଂଦ ରାମଚନ୍ଦ୍ର ଖୁଂଟିଆ, ଅବସରପ୍ରାପ୍ତ ଜିଲ୍ଲାଜଜ କୁଞ୍ଜବିହାରୀ ସ୍ୱାଇଁ ଓ କୁଞ୍ଜବିହାରୀ ସାହୁ, ନଟବର କାନୁନଗୋ, ଅକ୍ଷୟ କୁମାର ପତି, ଡା.ବିଶ୍ୱପ୍ରକାଶ କାନୁନଗୋଉ,ଜିଲ୍ଲା ପ୍ରତିଭା ପୂଜା ସମିତି ସଭାପତି ପ୍ରଦୀପ କୁମାର ମହାନ୍ତି,ଆଇନଜୀବି ବିଭୁଭୂଷଣ ମହାପାତ୍ର, ଉମାକାନ୍ତ ନାୟକ, ଭୂବନମୋହନ ଜେନା, ସୁଶିଲ ସାମଲ, ରତ୍ନାକର ସ୍ୱାଇଁ, ଅବନ୍ତୀବେହେରା, କିଶୋର ଜେନା,ବସନ୍ତ ସେଠୀ, ଅଧ୍ୟାପକ ଗୈାତ୍ତମ ପଟ୍ଟନାୟକ,ପ୍ରଫୁଲ୍ଲ ସାହୁ,ସର୍ବେଶ୍ୱର ସେଠୀ, ରଣଧିର ଜେନା, ଅଶୋକ କୁମାର ମହାନ୍ତି, ରାଜ୍ୟ ମତ୍ସ୍ୟଜୀବି କଂଗ୍ରେସର ଅଧ୍ୟକ୍ଷ ହଳଧର ସେଠୀ, ବିଶ୍ୱ ଭୂଷଣ ମହାପାତ୍ର, ବିନୟ ଭୂଷଣ ମହାପାତ୍ର, ଭ୍ରମରବର ରାଉତ, ଗୋଲେଖ କାନୁନଗୋ, ଅଲେଖ ନାୟକ, ଉଦୟନାଥ ଚୈାଧୁରୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ସୂର୍ଗତ ମହାନ୍ତିଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲୋ ଏହି ଅବସରରେ ତାଙ୍କ ଶବାଧାରରେ ଜାତୀୟ ପତାକା ପକାଯାଇ ସେ ନିଜେ ନିର୍ମାଣ କରିଥିବା କଜଳାସ୍ଥିତ ଶ୍ମସାନ(ସ୍ୱର୍ଗଦ୍ୱାର)କୁ ଅନ୍ତେଷ୍ଟି କ୍ରୀୟା ସମାପନ ପାଇଁ  ନିଆଯାଇଥିଲା । ତାଙ୍କ ଜ୍ୟେଷ୍ଟପୁତ୍ର ଗୁରୁପ୍ରସାଦ ମହାନ୍ତି ମୁଖାଗ୍ନି ଦେଇଥିଲେ । ହଜାର ହଜାର କେନ୍ଦ୍ରାପଡାବାସୀ ତାଙ୍କ ପ୍ରିୟ ନେତା ଭାଗବତ ବାବୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ କଜଳାସ୍ଥିତ ସ୍ମଶାନରେ ଆଖି ଲୁହରେ ଶେଷ ବିଦାୟ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ