ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ବିକାଶ ପୁରୁଷ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ “ସୁସ୍ଥ ସମାଜ ଗଠନରେ ଆଇନ ସଚେତନତାର ଆବଶ୍ୟକତା”ଶୀର୍ଷକ ଏକ ଆଲୋଚନାଚକ୍ର ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ବ୍ୟାଙ୍କ ପ୍ରଶାସକ ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପୂର୍ବତନ ଜିଲ୍ଲା ଜଜ କୁଞ୍ଜବିହାରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀର୍ଘ ବର୍ଷ ତଳେ ଯେଉଁ ଆଇନ ଥିଲା ଏବେ ମାମଲା ସଂଖ୍ୟା ଅତ୍ୟଧିକ ବୃଦ୍ଧି ପାଇବାରୁ ସେହି ଆଇନ ସଠିକ ଭାବରେ ଚାଲିପାରୁନି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସମ୍ବକାର ରବି ଦାସ ଯୋଗଦେଇ ସଠିକ ପରିଚାଳନାର ଅଭାବରୁ ଆଇନ ବ୍ୟବସ୍ଥା ଭୁଷୁଡି ପଡୁଛି ଓ ବାରମ୍ବାର ଆଇନ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ି ମତବ୍ୟକ୍ତ କରିଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଅତିଥି ଭାବେ ଯୋଗଦେଇ ବିନା ଆଲୋଚନାରେ ଆଇନ ପାରିତ ହେଉଥିବାରୁ ସେହି ଆଇନ ଦିଗହରା ହେଉଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ ଓ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଟ୍ରଷ୍ଟର ସଦସ୍ୟ ଫକିର ଚରଣ ଖଟୁଆ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶରତ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପରିକ୍ଷୀତ ପାତ୍ର, ବିଜେଡି ନେତା ରବି ସାମଲ, ଅପର୍ଣ୍ଣା ମିଶ୍ର, ହଳଧର ସେଠୀ, ଡଃ. ବାସୁଦେବ ଦାସ, ଉମାକାନ୍ତ ନାୟକ, ଦିନବନ୍ଧୁ ସାହୁ, ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ବଳ, ଗାୟତ୍ରୀ ମହାନ୍ତି, ଚିରଞ୍ଜିବୀ ପଣ୍ଡା, କଳିଙ୍ଗ କେଶରୀ ବେହେରା, ପ୍ରଦୀପ ଦାଶ, ବିଧୁଭୂଷଣ ମହାପାତ୍ର, ସୁଶିଲ ସାମଲ, ମୁକ୍ତାର ଖାଁ, ବସନ୍ତ ସେଠୀ, ଧରଣୀଧର ସୁଆର, ଦୟାନିଧି ଜେନା, ଗୟାଧର ଧଳ, ସୟଦ ଅକମଲ ଅଲ୍ଲୀ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସକାଳେ ନୂଆ ବସଷ୍ଟାଣ୍ଡସ୍ଥିତ ବିସର୍ଜ୍ଜନ ଘାଟରେ ତିଳତର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ