ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିୟୋଗରେ ସମାଜବାଦୀ ପାର୍ଟିର ଶୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସଭାପତି ରବି ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ବେହେରା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ, ଓଡ଼ିଶାର ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ ଥିବା ସ୍ୱର୍ଗତ ବିଶ୍ୱାଳ ଜଣେ ବରିଷ୍ଠ ଆଦିବାସୀ ନେତା, ଦଳିତ, ଆଦିବାସୀ ଓ ପଛୁଆବର୍ଗର ଜଣେ ଦରଦୀ ରାଜନେତା ଏବଂ ସର୍ବୋପରି ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ରାଜନୈତିକ ବ୍ୟକ୍ତିବିଶେଷ ଭାବରେ ବେଶ୍ ପରିଚିତ ଥିଲେ । ଜଣେ ଅହଙ୍କାର ବିବର୍ଜିତ ରାଜେନତା ଭାବରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ । ତାଙ୍କର ଦେହାନ୍ତ ଓଡ଼ିଶା ରାଜନୀତିରେ ବିଶେଷତଃ ସାମାଜିକ ନ୍ୟାୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ସ୍ୱର୍ଗତଃ ହେମାନନ୍ଦ ବିଶ୍ୱାଳଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହିତ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରଙ୍କୁ ଏହି ଦାରୁଣ ବିପତ୍ତି ସମୟରେ ସହାୟ ହୁଅନ୍ତୁ ବୋଲି ଶ୍ରୀ ବେହେରା ନିଜ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ