ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସଂସଦ ଅନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ଭବନ ପରିସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଆସାମ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୭ମ ଶ୍ରାଦ୍ଧବାର୍ଷିକୀ ଗୁରୁବାର ପୂର୍ବାହ୍ଣରେ ପାଳିତ ହୋଇଯାଇଛି । ସ୍ମୃତି କମିଟି ସଭାପତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତି କମିଟି ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ସୁଲେଖକ ତଥା ସ୍ତମ୍ଭକାର ଡଃ. ଗୋବିନ୍ଦ ଭୂୟାଁ ଯୋଗାଦାନ କରିଥିବା ବେଳେ ଅତିଥି ଭାବେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଚିନ୍ମୟ ପ୍ରସାଦ ବେହୁରା, ଗବେଷକ ତଥା ସାହିତ୍ୟ ସମାଲୋଚକ ଅଧ୍ୟାପକ ଡଃ. ନଟବର ଶତପଥି, ସାହିତ୍ୟିକ ଡଃ. ବାସୁଦେବ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡଃ. ଶତପଥିଙ୍କୁ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଡଃ. ଭୂୟାଁ ସ୍ୱର୍ଗତ ପଟ୍ଟନାୟକଙ୍କ ସହ ବିତାଇଥିବା ୫୦ ବର୍ଷର ଅନୁଭୂତି ବର୍ଣ୍ଣନା କରିଥିଲେ । ସ୍ୱର୍ଗତ ପଟ୍ଟନାୟକଙ୍କ କେନ୍ଦ୍ରାପଡ଼ା ପ୍ରତି କେତେ ଆତ୍ମୀୟତା ଥିଲା ତାହା ସେ ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ଡଃ. ଶତପଥି ମଧ୍ୟ ସ୍ୱର୍ଗତ ପଟ୍ଟାନୟକଙ୍କୁ କେବଳ ଜଣେ ରାଜନେତା ନୁହଁନ୍ତି ବରଂ ଭାରତ ବର୍ଷର ଜଣେ ଉଚ୍ଚକୋଟୀର ସାହିତ୍ୟିକ ତଥା ଗବେଷକ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହମ୍ମଦ ଆକବର ଅଲ୍ଲୀ, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, କାଉନସିଲର ରମେଶ ଦାସ ଓ ତୁଳସୀ ହେମ୍ବ୍ରମ, ଗୟାଧର ଧଳ, ପ୍ରଭାତ ଉଡ଼ାନସିଂହ, ମୀର ମୁର୍ସିଦ, ଅଧ୍ୟାପକ ଅଜୟ ସାମଲ, ରମଣୀ ରଞ୍ଜନ ରାଉତରାୟ, ମୁକ୍ତାର ଖାଁ, ସଞ୍ଜୟ ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ଶେଷରେ ମହେନ୍ଦ୍ର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ