ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧ ଦିବସ ପାଳିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଲକ ବୁଦୁଲି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ଅପରାହ୍ନରେ ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ଏବଂ ବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଷୋଡ଼ଷତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ପରିବେଶ ସଚେତନତା ଉପରେ ଏକ ସଭା ହେବାସହ ଚାରାରୋପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଉତ୍ସବରେ ସ୍ମୃତି ସଂସଦର ସଭାପତି କୃତିବାସ ବିଶ୍ଵାଳ ଅଧ୍ୟକ୍ଷତା କରି ନନ୍ଦିନୀ ଦେବୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ ବୋଲି କହିଥିଲେ। ଭଞ୍ଜନଗର ଏନ୍ ଏ ସି ସାଂସଦ ପ୍ରତିନିଧି ପଞ୍ଚାନନ ପାଳ ମୁଖ୍ୟ ଅତିଥି, ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ପଣ୍ଡା ମୁଖ୍ୟ ବକ୍ତା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରିଲୋଚନ ଜେନା, ଉପଦେଷ୍ଟା ବାମଦେବ ବିଶୋଇ, ଗଞ୍ଜାମ ଜିଲ୍ଲା ହାଇସ୍କୁଲ କର୍ମଚାରୀ ସଂଘର ବରିଷ୍ଠ କର୍ମକର୍ତ୍ତା ପ୍ରମୋଦ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୂଳପାଣି ଶତପଥୀ ସଭାକୁ ସଂଯୋଜନା କରିଥିଲେ। ସମ୍ପାଦକ ବାବୁଲା ପ୍ରଧାନ, ଶିକ୍ଷୟତ୍ରୀ ରମିତା କୁମାରୀ ସାହୁ, ରତ୍ନମାଳା ଶତପଥୀ, ସଂଯୁକ୍ତ କୁମାରୀ ବିଶୋଇ, ପ୍ରିୟଙ୍କା ପ୍ରଧାନ, ସସ୍ମିତା ସିଅ, ସୋନାଲିକା ପ୍ରଧାନ, ସୁଧାଂଶୁ ବାଳା ବିଶ୍ଵାଳ ,ଶିକ୍ଷକ ସୁଶାନ୍ତ କୁମାର ସାହୁ, ମନ୍ମଥ କୁମାର ବିଶୋଇ, କାଳି ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ବିଦ୍ୟାଳୟ ସଭାପତି ତ୍ରିଲୋଚନ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ।


