ପୂର୍ବତନ ମୂଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ବ୍ଲକ ବିଜେଡି ର ପ୍ରସ୍ତୁତି ବୈଠକ
ଶେରଗଡ, (ଅନୀଲ କୁମାର ପଣ୍ଡା):ଆସନ୍ତା ସୋମବାର ଦିନ ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ତଥା ହିଞ୍ଜିଳି ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରୁଛନ୍ତି। ଅଦିନିଆ ମେଘ ବର୍ଷା ରେ ଚାଷୀ କୂଳ ର ବ୍ୟାପକ କ୍ଷତି ଘଟିଛି। ଏହି କ୍ଷତି ର ସ୍ଥିତି ଅନୁଧ୍ୟାନ କରିବା ଲାଗି ଆସନ୍ତା ସୋମବାର ଶେରଗଡ ଗସ୍ତରେ ଆସୁଛନ୍ତି। ଏହି ଗସ୍ତକୁ ସଫଳ କରିବା ପାଇଁ ଆଜି ଶେରଗଡ ବ୍ଲକ ବିଜେଡି ର ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଈଯାଈଛି। ଆଜି ଦିନ ୧୧ ଘ ସମୟରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଶେରଗଡ ଗସ୍ତ କରି ବିଭିନ୍ନ ଜାଗା ବୁଲି ଦେଖିବା ସହ ଦଳୀୟ କର୍ମୀ ଙ୍କ ସହିତ ଆଲୋଚନା କରିଥିଲେ। ଅନୁଷ୍ଠିତ ବୈଠକରେ ଦଳର ସମସ୍ତ କର୍ମକର୍ତ୍ତା ଯୋଗ ଦେଈ ନିଜର ପ୍ରିୟ ବିଧାୟକ ଙ୍କୁ ଚାଷୀ ଙ୍କ ଘଟିଥିବା କ୍ଷୟକ୍ଷତି ବାବଦରେ ଆଲୋଚନା କରିବା ଏବଂ ପରିଦର୍ଶନ କରିବା ସହିତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ଲାଗି ସୁପ୍ରିମୋ ଙ୍କୁ ଅବଗତ କରିବେ ବୋଲି ଆଲୋଚନା ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ମାନ୍ୟବର ବିଧାୟକ ଙ୍କ ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବିଧାୟକ ଙ୍କ ଶେରଗଡ ବ୍ଲକ ପ୍ରତିନିଧି ଦିଗାମ୍ବର ନାହାକ, ବ୍ଲକ ବିଜେଡି ସଭାପତି ଶରତ ପାତ୍ର, ଆତ୍ମା ର ଅଧ୍ୟକ୍ଷ ରଞ୍ଜନ କୁମାର ସେଠି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ଯୁବ ନେତା ବାସୁଦେବ ସ୍ବାଈଁ, ଗୋବିନ୍ଦପୁର ର ପୂର୍ବତନ ସରପଞ୍ଚ ସିମାଞ୍ଚଳ ପ୍ରଧାନ ଙ୍କ ସହ ସମସ୍ତ ଦଳୀୟ ସରପଞ୍ଚ, ସମିତି ସଭ୍ୟ ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ।