ପୂର୍ବତନ ମେଜର ଡାକ୍ତର ଫାଗୁରାମ ମାରାଣ୍ଡିଙ୍କୁ ଜନ୍ମ ମାଟିରେ ଗାର୍ଡ ଅଫ୍ ଅନର ଓ ଶ୍ରଦ୍ଧାଞ୍ଜଳି

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ସାନପାଖଣା ଗ୍ରାମର ସୁଯୋଗ୍ୟ ସନ୍ତାନକୁ ପୂର୍ବତନ ମେଜର ଡାକ୍ତର ଫାଗୁରାମ ମାରାଣ୍ଡିଙ୍କୁ ତାଙ୍କ ଜନ୍ମ ମାଟିରେ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତେଷ୍ଟୀକ୍ରିୟା ସମ୍ପନ୍ନ ହୋଇଛି । ସୂଚନାଯୋଗ୍ୟ ଯେ ମେଜର ଡାକ୍ତର ଫାଗୁରାମ ମାରାଣ୍ଡି କାର୍ଗିଲ ଯୁଦ୍ଧ ସମୟରେ କାର୍ଯ୍ୟରତ ଥିଲେ ।ପରେ କମାଣ୍ଡାଣ୍ଟ(ମେଡିକାଲ) ୨୪ ବାଟାଲିୟନ ସୀମା ସୁରକ୍ଷା ବଳର ପଦରେ ଆସାମ ରାଜ୍ୟର ରଙ୍ଗିଆରେ କାର୍ଯ୍ୟରତ ଥିଲେ ।ଗତ ୧୧ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ମର ଶରୀରକୁ ସେନାବାହିନୀ ସ୍ବତନ୍ତ୍ର ଗାଡ଼ି ଯୋଗେ ଭୂବନେଶ୍ବରରୁ ରାଇରଙ୍ଗପୁର ଟାଉନ ଥାନାକୁ ଆଜି ଅଣା‌ଯାଇଥିଲା । ସେଠାରୁ ପରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କର ପୈତୃକ ମାଟିରେ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତେଷ୍ଟୀକ୍ରିୟା ସମ୍ପନ୍ନ କରାଯାଇଥିଲା । ତାଙ୍କ ମୃତ୍ୟୁରେ ବିଜେଡି ମୟୂରଭଂଜ-୨ ସଭାପତି କାଶୀନାଥ ହେମ୍ବ୍ରମ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଶୋକ ପ୍ରକାଶ କରିବା ସହ ମୟୂରଭଂଜ ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି ମେଜରଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ରାଇରଙ୍ଗପୁର ଉଚ୍ଚ ବାଳକ ହାଇସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀ ତାଙ୍କର ପୁରାତନ ଛାତ୍ର ମେଜର ଫାଗୁରାମଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଗାଁର ଲୋକେ ତାଙ୍କ ମାଟିର ସୁଯୋଗ୍ୟ ସନ୍ତାନକୁ ହରାଇ ଗଭୀର ଶୋକ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ