ପୂର୍ବତନ ରାଜ୍ୟସଭା ସାଂସଦ ବସନ୍ତ ଦାସଙ୍କ ପରଲୋକ
କଳାହାଣ୍ଡି,(ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲାର ସୁଯୋଗ୍ୟ ସନ୍ତାନ ତଥା ପୂର୍ବତନ ରାଜ୍ୟସଭା ସାଂସଦ ବସନ୍ତ ଦାସ ପରଲୋକ ଗମନ କରିଛନ୍ତି। ଦାସ ୧୯୯୦-୯୬ ମଧ୍ୟରେ ରାଜ୍ୟସଭା ସାଂସଦ ଥିଲେ। ତାଙ୍କର ବିୟୋଗରେ ବିରୋଧି ଦଳର ନେତା ପ୍ରଦୀପ୍ତ କୁମାର ନାୟକ ,ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମେତ ବହୁ ବୁଦ୍ଧିଜୀବୀ, ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସମେତ ବିଭିନ୍ନ ଦଳ ର ସଦସ୍ୟ ମାନେ ଶୋକ ପ୍ରକାଶ କରିଛନ୍ତି ।


