ପୂର୍ବତନ ଶିକ୍ଷକଙ୍କ ନେତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଓଷ୍ଟା ତରଫରୁ ଶ୍ରଦ୍ଧାଞ୍ଜଳୀ
ଛତ୍ରପୁର, (ଦେବଦତ୍ତ ମହାରଣା) : ଓଷ୍ଟା ଗଞ୍ଜାମ ଜିଲ୍ଲାର ପୂର୍ବତନ ଶିକ୍ଷକ ନେତା ତଥା ନରେନ୍ଦ୍ର ପୁର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ଲମ୍ବୋଦର ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ନରେନ୍ଦ୍ର ପୁରସ୍ଥିତ ତାଙ୍କର ବାସ ଭବନ ଠାରେ ଓଷ୍ଟା ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା । ଓଷ୍ଟା, ଗଞ୍ଜାମ ଜିଲ୍ଲା ସଂପାଦକ ବିଜୟ କୁମାର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଷ୍ଟା ରାଜ୍ୟ ସଂଗଠନର ପୂର୍ବତନ କୋଷାଧ୍ୟକ୍ଷ ତଥା ଗଞ୍ଜାମର ପ୍ରାକ୍ତନ ସଂପାଦକ ରୋଟାରୀଆନ୍ କାମରାଜୁ ମହାରଣା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବର୍ଗତ ପାଣିଗ୍ରାହୀଙ୍କ ଶିକ୍ଷକତା ଜୀବନ, ସ୍ପଷ୍ଟବାଦିତା ,ସାଂଗଠନିକ ଦକ୍ଷତା ଉପରେ ବକ୍ତବ୍ଯ ରଖିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ଶତପଥୀ, ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା, ମୃତ୍ୟୁଞ୍ଜୟ ତ୍ରିପାଠୀ, ପ୍ରଧାନ ଶିକ୍ଷକ ବିପିନଚନ୍ଦ୍ର ସାହୁ,ଅଶୋକ କୁମାର ଦଳାଇ, ଭିକାରୀ ଚରଣ ଗୌଡ, ଅବସରପ୍ରାପ୍ତ କୃଷି ଅଧିକାରୀ ସୁଭାଶଚନ୍ଦ୍ର ପାଢୀ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପାଣିଗ୍ରାହୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ଅନେକ ଶୁଭେଛୁ ତଥା ଆତ୍ମୀୟ ଯୋଗଦେଇ ଶ୍ରଦ୍ଧା ସୂମନ ଅର୍ପଣ କରିଥିଲେ ।