ପୂର୍ବତନ ସମିତିସଭ୍ୟଙ୍କ ପରଲୋକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସୁବାସ ସେଠୀ ଙ୍କ ୮୧ ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନରେ ତାଙ୍କ ଅନଙ୍ଗପୁର ଗ୍ରାମ ସ୍ଥିତ ବାସଭବନରେ ପରଲୋକ ଘଟିଛି। ଜଣେ ସାଧାରଣ କୃଷକ ପରିବାର ରେ ଜନ୍ମଗ୍ରହଣ କରିଥିବା ସୁବାସ ଗତ ୨୦୧୨ ରୁ ୨୦୧୭ ଯାଏଁ ପଞ୍ଚାୟତର ସମିତି ସଭ୍ୟ ଭାବେ କାର୍ଯ୍ୟକରି ପଞ୍ଚାୟତ ଜନସାଧାରଣଙ୍କ ପ୍ରଶଂସା ସାଉଁଟିଥିଲେ। ତାଙ୍କ ଉଦ୍ୟମରେ ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର ବହୁ ଉନ୍ନୟନ ମୂଳକ ପ୍ରକଳ୍ପ ନିର୍ମାଣ ହୋଇପାରିଥିଲା।  ତାଙ୍କ ପରଲୋକ ଖବରପାଇ  ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ବିଜେଡ଼ି ରାଜ୍ୟ କାର୍ଯ୍ୟକର୍ତ୍ତା ବିପ୍ଳବ ପାତ୍ର, ଦିଗପହଣ୍ଡି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ,ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ,ଅନଙ୍ଗପୁର ଗ୍ରାମର ସାମାଜିକ କର୍ମୀ ବି. ବାବାଜୀ ରେଡ୍ଡୀ ପ୍ରମୁଖ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ