ପୂର୍ବତନ ସମିତି ସଭ୍ୟଙ୍କ କରୋନାରେ ମୃତ୍ୟୁ

ବୁଗୁଡା,( ଅନିଲ କୁମାର ମହାରଣା):  ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ପ୍ରଧାନ (୫୭) କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର କିମିସ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ୫/୯/୨୦ ତାରିଖ ଭୋର ସାଢ଼େ ପାଞ୍ଚଟା ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ୨୦୦୮ ରୁ ୨୦୧୨ ମସିହା ପର୍ଯ୍ୟନ୍ତ ୫ ବର୍ଷ ତାକାରଡ଼ା ପଞ୍ଚାୟତର ସମିତି ସଭ୍ୟ ଥିବା ସ୍ବର୍ଗତ ଲକ୍ଷ୍ମୀଧର ପ୍ରଧାନ ବାଘୁଆ ଡେଙ୍ଗାବାଡ଼ି କଲୋନୀ ବାସିନ୍ଦା ଅଟନ୍ତି। ତାଙ୍କର କରୋନା ଲକ୍ଷଣ ଦେଖାଦେଇ ଜ୍ବରରେ ପୀଡିତ ହେବା ଯୋଗୁଁ ସେ ଭୁବନେଶ୍ୱର କିମିସ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ସ୍ୱାବ ଟେଷ୍ଟରେ ପଜିଟିଭ ଚିହ୍ନଟ ପରେ କିମିସ କୋଭିଡ ହସ୍ପିଟାଲରେ ପ୍ରାୟ ଦଶ ଦିନ ଧରି ଚିକିତ୍ସା ହେଉଥିବା ବେଳେ ୫/୯/୨୦ ତାରିଖ ଭୋର ସାଢ଼େ ପାଞ୍ଚଟା ସମୟରେ ମୃତ୍ୟୁ ବରଣ କରିଥିଲେ । ବୁଗୁଡା ଅଞ୍ଚଳରେ ସେପ୍ଟେମ୍ବର ପାଞ୍ଚ ତାରିଖ ସୁଦ୍ଧା ବ୍ଲକରୁ ୬ ଜଣ ଓ ଏନଏସିରୁ ୫ ଜଣ ଏହିପରି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବର୍ଗତ ଲକ୍ଷ୍ମୀଧରଙ୍କୁ ମିଶାଇ ମୋଟ ୧୨ ଜଣ କାରୋନାରେ ମୃତ୍ୟୁ ମୁଖରେ ପଡିଛନ୍ତି। ସ୍ବର୍ଗତ ଲକ୍ଷ୍ମୀଧରଙ୍କ ମୃତ୍ୟୁରେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି,ତାକରଡ଼ା ସରପଞ୍ଚଙ୍କ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଭାଗବାନପୁର ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ, ତାକରଡ଼ାର ପୂର୍ବତନ ସମିତି ସଭ୍ୟ ମୁକୁନ୍ଦ ନାୟକ, ପୂର୍ବତନ ସରପଞ୍ଚ ବଂଶୀଧର ପ୍ରଧାନ, ବରୁଣ ସେନାପତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ