ପୂର୍ବତନ ସମିତି ସଭ୍ୟ ଓ ଶତାଧିକ ଯୁବକ ବିଜେପିରେ ମିଶିଲେ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ରେମୁଣାରେ ବିଜେପି ତାର ଲୋକପ୍ରିୟତା ବୃଦ୍ଧି କରୁଛି । ସବୁଦିନେ ଶତାଧିକ ଲୋକ ଅନ୍ୟ ଦଳ ଛାଡି ବିଜେପିରେ ମିଶୁଛନ୍ତି ଏବଂ ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଲୋକପ୍ରିୟତା ବୃଦ୍ଧି ହେବାରେ ଲାଗିଛି । ଗତକାଲି ସଦର ବ୍ଲକ ହିଡିଙ୍ଗା ପଞ୍ଚାୟତରେ ପୂର୍ବତନ ସମିତି ସଭ୍ୟ ଉମାକାନ୍ତ ପ୍ରଧାନ ତାଙ୍କର ସହଶ୍ରାଧିକ ସମର୍ଥକଙ୍କ ସହ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଆଳଦିଆ ଛକରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନଙ୍କୁ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳରେ ସାମିଲ କରିଥିଲେ । ତାଙ୍କର ପ୍ରମୁଖ ସମର୍ଥକମାନଙ୍କ ମଧ୍ୟରେ ଦୁଜନ କୁମାର ଦାସ, ଦିଲ୍ଲିପ କାଣ୍ଡି, ହେମନ୍ତ ବେହେରା, ରାଜେନ୍ଦ୍ର ନାଥ ଦାସ, ଅବିନାସ ନାୟକ, ତପନ ବେହେରା, ଗୋପିନାଥ ଗୁଡ, ରବିନ୍ଦ୍ର ବେହେରା, ଜୟସ୍ମିତା ବେହେରା ଓ ରମେଶ ଗୁଡୁ ପ୍ରମୁଖ ସାମିଲ ହୋଇଥିଲେ । ସେହିଭଳି ସନ୍ଧ୍ୟା ୮ ଘଟିକା ସମୟରେ ବାଲିଆ କାର୍ଯ୍ୟାଳୟରେ ୧ ହଜାରରୁ ଉଦ୍ଧ୍ୱର୍ ଯୁବକ ବିଭିନ୍ନ ପଞ୍ଚାୟତରୁ ଆସି ବିଜେପିରେ ମିଶିଛନ୍ତି । ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ବରିଷ୍ଠ ନେତା ବିପିନ ବିହାରୀ ଦାସ, ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସାହା, ବିଧାୟକ ପ୍ରତିନିଧି ମୋଭନା ମହାନ୍ତି, ହିଡିଙ୍ଗା ସରପଞ୍ଚ ବାସନ୍ତି ଗିରି, ନାରାୟଣ ବେହେରା ପ୍ରମୁଖ ନରବାଗତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।