ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଗରିବନ୍ଧା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତମାନର ନାଏବ ସରପଞ୍ଚ ଆର. ଜଗନ୍ନାଥ ରାଓଙ୍କ ବୃଦ୍ଧାବସ୍ଥାଜନିତ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଛି. ସେ ରାଜପୁର ଗ୍ରାମରେ ରୁହନ୍ତି ଓ ତାଙ୍କ ରାଜନୈତିକ ଜୀବନରେ ବହୁ ବୃଦ୍ଧ, ଵୃଦ୍ଧା ଓ ଦୁଖୀ ଲୋକଙ୍କ ନିକଟରେ ପହଂଚି ସେମାନଂକୁ ସରକାରଙ୍କ ବିଭିନ୍ନ ଯୋଜନରେ ଅନ୍ତର୍ଭୁକ୍ତ କରିବା ପାଇଁ ଚେଷ୍ଟା କରୁଥିଲେ. ସେ ଜଣେ ପୁରୁଖା ତଥା ବହୁ ପୁରୁଣା ରାଜନୀତିଜ୍ଞ ଥିଲେ ଏବଂ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କାଶୀନଗର ରାଜନୈତିକ ମହାଲରେ ଦୁଃଖର ଛାୟା ଖେଳିଯାଇ ଥିଲା . ତାଙ୍କ ମୃତ ଶରୀର ନିକଟରେ ତାଙ୍କ ପରିବାର ବର୍ଗ ଓ କାଶୀନଗର ବହୁ ପୁରୁଖା ରାଜନେତା ଉପସ୍ଥିତ ରହି ତାଙ୍କ ଆତ୍ମାର ସଦଗତି କାମନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ