ପୂର୍ବତନ ସରପଞ୍ଚଙ୍କ ବିୟୋଗରେ ଶୋକସଭା

ବୁଗୁଡା (ଅନିଲ କୁମାର ମହାରଣା) : ଆସିକା ବ୍ଲକ ଭେଟନଇ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତରେ ଭେଟନଇ ପଞ୍ଚାୟତରେ ଏକ ଜରୁରୀ ବୈଠକ ଡକାଯାଇ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି।୧୯୯୭ ମସିହାରୁ ୨୦୦୨ ପର୍ଯ୍ୟନ୍ତ ଆଦର୍ଶ ସରପଞ୍ଚ ଭାବେ କାର୍ଯ୍ୟ ତୁଲାଇ ଥିବା ମହେଶ୍ବର ବେହେରା କଟକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ୫୧ ବର୍ଷ ବୟସରେ ଗତ ଜୁନ ୪ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ସ୍ବର୍ଗତ ବେହେରାଙ୍କ ମୃତ୍ୟୁ ଖବର ପାଇବା ପରେ ସରପଞ୍ଚ ଅମୂଲ୍ୟ କୁମାର ଉପାଧ୍ୟେୟ ପଞ୍ଚାୟତର ୱାର୍ଡ଼ ସଭ୍ୟାଙ୍କ ସମେତ ବୁଦ୍ଧିଜୀବୀଙ୍କୁ ନେଇ ଏକ ଜରୁରୀ ବୈଠକ ଜୁନ ୫ ତାରିଖରେ ଡାକିଥିଲେ। ସରପଞ୍ଚ ଅମୁଲ୍ୟ କୁମାର ଉପାଧ୍ୟେୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ପ୍ରଥମେ ସ୍ବର୍ଗତ ମହେଶ୍ୱର ବେହାରଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଶୋକସଭାରେ ବୁଦ୍ଧିଜୀବୀ ପ୍ରମୋଦ କୁମାର ମହାନ୍ତି, ସନ୍ତୋଷ କୁମାର ଉପାଧ୍ୟେୟ ଓ ଲୋକ ପ୍ରତିନିଧି ବୃନ୍ଦ ସ୍ବର୍ଗତ ବେହାରଙ୍କ ଗୁଣଗାନ କରିବା ସହ ସମବେଦନା ଜଣାଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ