ପୂର୍ବତନ ସରପଞ୍ଚ ଶ୍ୟାମ ସୁନ୍ଦର ରାଉତଙ୍କ ସ୍ମୃତିଚାରଣ ସଭା

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ଶୁକ୍ରବାର ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଶ୍ୟାମ ସୁନ୍ଦର ରାଉତଙ୍କ ଏକାଦଶାହ ଉପଲକ୍ଷେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ରାଉତଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରାଯାଇ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସରପଞ୍ଚ ତିଳୋତ୍ତମା ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ପଣ୍ଡା, ପୂର୍ବତନ ସମିତି ସଭ୍ୟ ସନ୍ତୋଷ କୁମାର ବାରିକ, ସମିତି ସଭ୍ୟ ରବିନ୍ଦ୍ରନାଥ ଧଳ, ସମାଜସେବୀ ଡା.ପ୍ରଶାନ୍ତ କୁମାର ଖଟୁଆ, ସଂଯୋଜକ ଗୌରାଙ୍ଗ ଚରଣ ଦାସ, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ନାୟକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରାଉତ ଗତ ୧୯୯୭ରୁ ୨୦୦୨ ମସିହା ପର୍ଯ୍ୟନ୍ତ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ଭାବେ ସୁଚାରୁରୂପେ କାର୍ଯ୍ୟ କରି ଲୋକ ମାନଙ୍କର ଅତି ନିକଟତର ହୋଇପାରିଥିଲେ ବୋଲି କହିଥିଲେ । ଏଥିରେ ସନ୍ତୋଷ କୁମାର ବାରିକ, ମାନସ ରାଉତଙ୍କ ସମେତ ୧୩ଟି ୱାର୍ଡର ସମସ୍ତ ସଭ୍ୟସଭ୍ୟା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ