ପୂର୍ବତନ ସାଂସଦଙ୍କ ଫଳକକୁ ରଙ୍ଗ ବୋଳା ଘଟଣା ବିକ୍ଷୋଭ ପ୍ରଦର୍ଶନ କଲେ ବୁଦ୍ଧିଜୀବି

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ରାଜନୀତିର ପିତାମହ ଭୀଷ୍ମ, ନିିଷ୍କଳଙ୍କ ଜନନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀଙ୍କ ନାମ ଫଳକକୁ ରଙ୍ଗ ବୋଳିଦେବା ଏବଂ ସମ୍ମୁଖରେ ଖମ୍ଭ ନିର୍ମାଣ କରିବା ଘଟଣା ପ୍ରଘଟ ହେବା ପରେ ଅଞ୍ଚଳର ବୁଦ୍ଧିଜୀବି ରାଜନେତା ସର୍ବୋପରି ଏ୍ୟୌତିହାସିକ ପୃଷ୍ଠଭୂମି ଥିବା କୃଷ୍ଣଚରଣ ବିଦ୍ୟା ମନ୍ଦିରରୁ ଅଧ୍ୟୟନ କରିଥିବା ପୁରାତନ ଛାତ୍ରଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଆଜି ସଂପୃକ୍ତ ଅଞ୍ଚଳର ଶତାଧିକ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ିପ୍ରଧାନ ଶିକ୍ଷକଙ୍କୁ ଘେରିଥିବା ଦେଖାଯାଇଛି । ପ୍ରକାଶ ଯେ, ଭଦ୍ରକ ଜିଲାର ଅନ୍ୟତମ ସର୍ବପୁରାତନ ଆଗରପଡା କୃଷ୍ଣଚରଣ ବିଦ୍ୟାମନ୍ଦିର ୧୯୩୫ ମସିହାରେ ଡ.ହରକୃଷ୍ଣ ମହତାବଙ୍କ ଦ୍ୱାରା ତାଙ୍କ ପିତା କୃଷ୍ଣଚରଣଙ୍କ ନାମରେ ଗଢି ଉଠିଥିଲା । ଗତ ଫାଇଲିନ୍ ବାତ୍ୟାରେ ବିଦ୍ୟାମନ୍ଦିର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ଛାତ୍ର ମାନେ ଅଧ୍ୟୟନ ପାଇଁ ସମସ୍ୟାର ସମ୍ମୁଖୀନ ହୋଇ ଗଛ ତଳ ଓ ଭଗ୍ନ ବାରଣ୍ଡାରେ ପାଠ ପଢୁଥୁଲେ । ଏହି ଘଟଣା ସେତେବେଳର ଭଦ୍ରକ ସାଂସଦ ତଥା ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଅର୍ଜୁନ ଚରଣ ସେଠୀଙ୍କ ଦୃଷ୍ଟିଗୋଚର ହୋଇଥିଲା । ସେତେବେଳେ ସ୍ୱର୍ଗତ ସେଠୀ ନିଜ ସାଂସଦ ପାଣ୍ଠିରୁ ଏକକାଳୀନ ୧ କୋଟି ୯ ଲକ୍ଷ ୭୦ ହଜାର ଟଙ୍କା ବିଦ୍ୟାଳୟ ଗୃହର ପୁନଃ ନିର୍ମାଣ ପାଇଁ ଯୋଗାଇ ସର୍ବାଧିକ ଅନୁଦାନ ଦେବାର ରେକର୍ଡ ସୃଷ୍ଟି କରିିଥିଲେ । ଇତିମଧ୍ୟରେ ସେ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ମିଶିବା ପରେ ପରବର୍ତ୍ତୀ ସମୟରେ ସଂପୃକ୍ତ ଅଞ୍ଚଳର ପେଟି ଠିକାଦାର ୫ଟି କାର୍ଯ୍ୟ ଆଳରେ ତାଙ୍କ ନାମ ଫଳକକୁ ରଙ୍ଗ ବୋଳି ସମ୍ମୁଖରେ ଖମ୍ଭ ନିର୍ମାଣ କରି ଦେଇଥିଲେ । ଯାହାକୁ ନେଇ ସଂପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । ଏପରିକି କିଛିଦିନ ପୂର୍ବେ କଟକ ସାଂସଦ ଭର୍ତ୍ତୃହରି ମହତାବ ନିଜ ଗ୍ରାମ ଆଗରପଡାକୁ ଆସିଥିବା ବେଳେ ଅଞ୍ଚଳବାସୀ ମାନେ ଏସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦଙ୍କ ଆବାହକତ୍ୱରେ ଆଜି ଉଚ୍ଚ ନ୍ୟାୟଳୟର ଆଇନଜିବୀ ମନୋଜ ରାୟ, ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ସଭାପତି କୈଳାସ ଚନ୍ଦ୍ର ଧଳ, ସମ୍ପାଦକ ରଞ୍ଜନ ଦାସ, ବିଜେପି ନେତା ଗୋପାଳ କୃଷ୍ଣ ଦାଶ, ଅଶୋକ ପରିଡା, ପୁରାତନ ଛାତ୍ର ତଥା ବରିଷ୍ଠ ନାଗରିକ ଫକୀର ଚରଣ ବାରିକ, ଗୋଲକ ପୃଷ୍ଟି, ବିଜୟ ମହତାବ, ସନାତନ ରାଉଳ, ମଦନ ମୋହନ ଦାଶ, କରୁଣାକର ସାହୁ, ନୃସିଂହ ମିଶ୍ର, ସୁବାଷ ପଣ୍ଡା, ବିଷ୍ଣୁ ସେଠୀ, ବିଜୟ ମହତାବ, ଚିତ୍ତରଞ୍ଜନ ସାମନ୍ତରାୟ, ପିତାମ୍ବର ପତି, ନାରୀନେତ୍ରୀ ଶାନ୍ତିଲତା ଆଚାର୍ଯ୍ୟ, ଆଇନଜିବୀ ଚିନ୍ମୟ ମହାପାତ୍ର ପ୍ରମୁଖ ବିଦ୍ୟାମନ୍ଦିର ଯାଇ ଫଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନଶିକ୍ଷକଙ୍କୁ ଘଟଣା ବାବଦରେ ପଚାରି ନିନ୍ଦା କରିଥିଲେ । ପ୍ରଧାନଶିକ୍ଷକ ଅସନ୍ତା ଦୁଇ ଦିନ ମଧ୍ୟରେ ଫଳକ ସମ୍ମୁଖରୁ ଖମ୍ଭ ଉଠାଇବା ସହ ପୁର୍ନବାର ଫଳକ ବସାଇବା ନେଇ ପ୍ରତିଶୃତି ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଉପରିସ୍ଥ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇ ଯାହା କିଛି ପଦକ୍ଷେପ ନେବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହରିହର ନାୟକ, ସୁବାଷ ସାହୁ, କୃଷ୍ଣଚନ୍ଦ୍ର ସାହୁ, ବ୍ରଜକିଶୋର ଜେନା, ଶୁଭେନ୍ଦୁ ବେହେରା, ଶିବ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଘଟଣାସ୍ଥଳରେ ଆଗରପଡା ପୋଲିସ୍ ଏବଂ ଗୋଇନ୍ଦା ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ