ପୂର୍ବତନ ସାଂସଦ ନିତ୍ୟାନନ୍ଦଙ୍କ ୭୬ ତମ ଜୟନ୍ତୀରେ ରକ୍ତଦାନଶିବିର ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ଜନନେତା ତଥା ପୂର୍ବତନ ଆସିକା ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ରାଜନୈତିକ ଜୀବନ, ଉତ୍ସର୍ଗୀକୃତ୍ତ ଜନସେବା,ବିଧାୟକ ଓ ସାଂସଦ ଭାବେ ଜନସମସ୍ୟାର ସମାଧାନ କୃଷି କୃଷକଙ୍କ ବିକାଶମୂଳକ କାର୍ଯ୍ୟରେ ଅବଦାନ ଅବିସ୍ମରଣୀୟ ବୋଲି ନିତ୍ୟାନନ୍ଦଙ୍କ ୭୬ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିବିଶେଷ ମତପ୍ରକାଶ କରିଛନ୍ତି | ଜୟନ୍ତୀପାଳନ ଉତ୍ସବ ଅବସରରେ ପାଟପୁର ମହାଲକ୍ଷ୍ମୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଶୋକ ବେହେରାଙ୍କ ସଂଯୋଜନାରେ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା | କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଶିବିରକୁ ଉଦଘାଟନ କରିଥିବା ବେକେ ଶିକ୍ଷକ ଗୋପାଳଚନ୍ଦ୍ର ସାବତ ଆର ରଘୁନାଥ ଦୋରା ଚନ୍ଦ୍ରଶେଖର ସାମନ୍ତରାୟ ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ | ଅରୁଣ ସ୍ୱାଇଁ ବିନୋଦ ନାୟକ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ ସମିତିସଭ୍ୟ ତୋଫାନ ସ୍ୱାଇଁ ରାଜୀବଲୋଚନ ପାତ୍ର ବୈଦ୍ୟନାଥ ସିଂ ସନ୍ତୋଷ ପ୍ରଧାନ ସୁରେଶ କୁମାର ସାହୁ ସୁବାଷ ବାଡ଼ତ୍ୟା ଜି ସୋମନାଥ ପାତ୍ର ସାହେବ ଜେନା ବିକ୍ରମ ବରାଡ଼ ବ୍ରହ୍ମପୁର ରକ୍ତଭଣ୍ଡାର ପକ୍ଷରୁ ହରିକୃଷ୍ଣ ସାହୁ ଦେବାଶିଷ ପଣ୍ଡା ରାମହରି ପଣ୍ଡା ଲକ୍ଷ୍ମଣ ବେହେରା ବାବୁନି ବେହେରା ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷା ସହ ସଂଗ୍ରହ କରିଥିଲେ , ଶିବିରରେ ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା |


