ପୂର୍ବତନ ସାଂସଦ ପରିଦର୍ଶନ ଆସି ଯୁବକ ସଂଘକୁ ପ୍ରଶଂସା

ନାଉଗାଁ : ତିରୁଣା ପଂଚାୟତ ତିରୁଣା ଗ୍ରାମର ଇନ୍ଦିରା ସ୍ମାରକୀ ଯୁବକ ସଂଘଙ୍କ କାର୍ଯ୍ୟାଳୟକୁ ପୂର୍ବତନ ସାଂସଦ ଡଃ. ପ୍ରସନ୍ନ ପାଟ୍ଟଶାଣୀ ପରିଦର୍ଶନରେ ଆସିଥିଲେ । ତାଙ୍କ ସହ ଗାନ୍ଧିବାଦୀ ଫୋରମର ଆବାହକ ଜ୍ଞାନରଂଜନ ସାମାନ୍ତରାୟ, ସହ ସଂପାଦକ ଶ୍ରୀକାନ୍ତ ସ୍ୱାଇଁ ଆଦି ଉପସ୍ଥିତ ଥିଲେ । ଗ୍ରାମର ବରିଷ୍ଠ ତଥା ପୂର୍ବତନ ଶିକ୍ଷକ ଆର୍ତବନ୍ଧୁ ସ୍ୱାଇଁ ସାଂସଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହା ସହିତ ତିରୁଣା ଗ୍ରାମର ସୁବର୍ଣ୍ଣେଶ୍ୱର ମନ୍ଦିର ପରିସର ବୁଲି ଦେଖିଥିଲେ । ଯୁବକ ସଂଘର ସଦସ୍ୟମାନେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିବାରୁ ପୂର୍ବତନ ସାଂସଦ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯକ୍ରମରେ ସଂଘର ସଭାପତି ରାଜେଶ କୁମାର ବେହୁରା, ଦେବଦତ ତ୍ରିପାଠୀଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ