ପୂର୍ବତନ ସାଂସଦ ସ୍ୱର୍ଗତ ଦୂତୀକୃଷ୍ଣ ପଣ୍ଡାଙ୍କ ଜନ୍ମବାର୍ଷିକୀ ପାଳିତ

ଆସିକା (ୱାଇଏନ୍‍ଏସ୍‍): ବର୍ଷିୟାନ୍‍ ବାମପନ୍ଥୀ ନେତା ତଥା ଆସିକାର ପୂର୍ବତନ ସାଂସଦ ଓ ବିଧାୟକ କମ୍ରେଡ୍‍ ସ୍ୱର୍ଗତ ଦୂତୀକୃଷ୍ଣ ପଣ୍ଡାଙ୍କ ଜନ୍ମ ୧୦୨ତମ ଜନ୍ମବାର୍ଷିକୀ ମଙ୍ଗଳବାର ଜୟପୁର ଗ୍ରାମର ଗୌରାଙ୍ଗ ପାଠାଗାର ପରିସରରେ ପାଳିତ ହୋଇଯାଇଛି । ସିପିଆଇ ଆସିକା ଆଞ୍ଚଳିକ କମିଟିର ବରିଷ୍ଠ ନେତା ତଥା ଆଇନଜୀବୀ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମରେ ସିପିଆଇ ନେତା ପ୍ରଦୀପ ସେଠୀ, ଶ୍ରୀହର୍ଷ ରଥ, ଭଜରାମ ଲେଙ୍କା, ଅରୁଣ କୁମାର ପଣ୍ଡା, ଅଜୟ କୁମାର ପଣ୍ଡା, ପ୍ରଫୁଲ ରାଉତ,ରାଜେନ୍ଦ୍ର କୁମାର ଦାଶ, ବିଦେଶୀ ନାହାକ, ପିତବାସ ମହାପାତ୍ର, ସନ୍ୟାସୀ ନାହାକ, ରୁଦ୍ର ନାରାୟଣ ଆଚାରୀ, ଭଗ୍ୟଲକ୍ଷ୍ମୀ ପଣ୍ଡାଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ବର୍ଷିୟାନ୍‍ ବାମପନ୍ଥୀ ନେତା ସ୍ୱର୍ଗତ ଦୂତୀକୃଷ୍ଣ ପଣ୍ଡାଙ୍କ ବହୁମୁଖୀ ପ୍ରତିଭା, ଦଳୀୟ ସଂଗଠନକୁ ସୁଦୃଢ କରିବା ଲାଗି ଜୀବନର ଶେଷ ନିଃଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ଅହରହ ପ୍ରୟାସ, ବିକାଶମୂଳକ ଚିନ୍ତାଧାରା, ଦଳୀୟ ସଂଗଠନକୁ ସୁଦୃଢ ପାଇଁ ତ୍ୟାଗ ମନୋଭାବ ଉପରେ ଆଲୋକପାତ କରିବା ସାଙ୍ଗକୁ ସେ ଜଣେ ସାଲିସ୍‍ ବିହୀନ ରାଜନେତା ଥିଲେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ପୂର୍ବତନ ସାଂସଦ ଓ ବିଧାୟକ କମ୍ରେଡ୍‍ ସ୍ୱର୍ଗତ ଦୂତୀକୃଷ୍ଣ ପଣ୍ଡାଙ୍କ ପ୍ରତିମୂର୍ତ୍ତୀ ଓ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ