ପୂର୍ବତନ ସୋସାଇଟି ସେକ୍ରଟାରୀଙ୍କ ଟ୍ରକ୍ ଧକ୍କାରେ ମୃତ
ଛତ୍ରପୁର, (ଓ୍ବାଇଏନ୍ଏସ୍) : ଛତ୍ରପୁର ଥାନା ଅଧୀନ କଲେଜ ଛକ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ ବାଇକ୍କୁ ଟ୍ରକ ଧକ୍କା ଦେଇଛି । ଫଳରେ ବାଇକ୍ ଚାଳକ ଲଡୁ କିଶୋର ପଣ୍ଡା (୬୫) ଙ୍କ ମୃତ୍ୟୁ ଘଟିଛି । ମୃତ ଲଡୁ କିଶୋର ରମ୍ଭା ଥାନା ଅନ୍ତର୍ଗତ ବଳରାମପୁର ସେବା ସମବାୟ ସମିତିର ପୂର୍ବତନ ସଂପାଦକ ବୋଲି ଜଣାପଡିଛି । ମିଳିଥିବା ସୂଚାନୁସାରେ ଆଜି ଅପରାହ୍ନରେ ଟିଏନ୍୩୬ଏପି-୭୩୯୯ ନମ୍ବର ଆସାମ ଠାରୁ ବେଙ୍ଗଲୁର ଅଭିମୁଖେ ଯାଉଥିବା ବେଳେ ଏପି୫ବିଏ ୯୩୫୮ ନମ୍ବର ବାଇକ୍ରେ ଲଡୁ କିଶୋର ଗ୍ରାମରୁ ବ୍ରହ୍ମପୁର ଯାଉଥିବା ବେଳେ କଲେଜ ଛକ ଠାରେ ଦୁର୍ଘଟଣା ହୋଇଥିଲା । ସୂଚନା ପାଇ ଘଟଣା ସ୍ଥଳେ ପୁଲିସ ପହଞ୍ଚି ଆହତ ଲଡୁକିଶୋରଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କରି ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଅଟକ ରଖି ତଦନ୍ତ ଚାଲିଛି ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।


