ପୂର୍ବତ୍ତନ ସାଂସଦଙ୍କ ମୁଖ୍ୟମନ୍ତ୍ରୀ କୋଭିଡ୍ ରିଲିଫ ଫଣ୍ଡକୁ ପ୍ରଦାନ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ଜଗତସିଂହପୁରର ପୂର୍ବତନ ସାଂସଦ ଡା.କୁଳମଣୀ ସାମଲ ପାରାଦ୍ୱୀପ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତ୍ତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସହିତ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ବୁଧବାର ମଧ୍ୟାହ୍ନରେ ପହଞ୍ôଚ କରୋନା ଓ ଅମ୍ଫାନ ବାତ୍ୟା ସମୟରେ କାର୍ଯ୍ୟ କରିଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇଥିଲେ । ଏଥି ସହ ତାଙ୍କର ପେନସନ ଅର୍ଥରୁ ୨୫ ହଜାର ଟଙ୍କାର ଚେକ୍ ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁ ଚରଣ ଧିରଙ୍କ ମାଧ୍ୟମରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ରିଲିଫ୍ ଫଣ୍ଡକୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ