ପୂର୍ବରୁ ଜଣେ ମନ୍ତ୍ରୀ ଏବେ ଅନ୍ୟ ଜଣେ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ କରୋନା ସଂକ୍ରମିତ

ମୁମ୍ବଇ: ମହାରାଷ୍ଟ୍ରରେ ଶିବସେନା ଓ କଂଗ୍ରେସ ମିଳିତ ଉଦ୍ଧବ ସରକାରର କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କୁ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣ ପଡିଛି । ଚଭନଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ତାଙ୍କର ସ୍ବାବ ଏବଂ ରକ୍ତ ପରୀକ୍ଷା କରାଯାଇଥିଲା । ସୋମବାର ପରୀକ୍ଷା ରିପୋଟ ପଜିଟିଭ ଆସିଥିବା ଜଣ ପଡିଛି । ପରେ ତାଙ୍କୁ ତୁରନ୍ତ ନାନ୍ଦେଡରେ ଗୋଟିଏ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିବା ସୂଚନା ମିଳିଛି । ଗତ କିଛି ଦିନ ପୂର୍ବେ ଏନସିପି ନେତା ତଥା ମନ୍ତ୍ରୀ ଜିତେନ୍ଦ୍ର ଅୱାହଦ ମଧ୍ୟ କରୋନା ସଂକ୍ରମିତ ହୋଇଥିଥିବା ବେଳେ ତାଙ୍କୁ ମୁମ୍ବଇର ଗୋଟିଏ ହସ୍ପିଟାଲରେ ୨ସପ୍ତାହ ଧରି ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗଣାମାଧ୍ୟମକୁ କହିଥିଲେ ଯେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ କରୋନା ଭୂତାଣୁରରୁ ବଞ୍ଚିବାପାଇଁ ଏହା ବିରୋଧରେ ଲଢ଼େଇ କଠୋର ହେବାରେ ଲାଗିଛି । ଏହାର ମୁକାବିଲା ଲାଗି ସରକାର ଯେ କୌଣସି ଜରୁରୀ ପରିସ୍ଥିତିର ସାମ୍ନା କରିବା ସହ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧାର ବ୍ୟବସ୍ଥା କରାଯାଇ ସୁଧାର ଅବସ୍ଥା ଆଣିବାକୁ ଯୁଧଭିତ୍ତିରେ କାର୍ଜ୍ୟ ଚାଲୁରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ