ପୂର୍ବାଞ୍ଚଳ ଜନତା ପାର୍ଟି (ସେକ୍ୟୁଲାର)ର ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଘୋଷଣା

ବାଲେଶ୍ୱର : ପୂର୍ବାଞ୍ଚଳ ଜନତା ପାର୍ଟି (ସେକ୍ୟୁଲାର) ତରଫରୁ ସାମ୍ବାଦିକ ସମ୍ମିଳନୀ କଳିଙ୍ଗ ହୋଟେଲ ଅଭ୍ୟର୍ଥନା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ପାର୍ଟିର ରାଜ୍ୟ ସଭାପତି ଆଇନଜୀବୀ ରମାକାନ୍ତ ପଣ୍ଡା ଆଗାମୀ ସାଧାରଣ ନିର୍ବାଚନରେ ଦଳ ତରଫରୁ ଜିଲ୍ଲାର ସମସ୍ତ ବିଧାନ ସଭା ଓ ଲୋକ ସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରିଥିଲେ । ପୂର୍ବାଞ୍ଚଳ ଜନତା ପାର୍ଟି (ସେକ୍ୟୁଲାର) ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନୀତି ଆଦର୍ଶକୁ ନେଇ ସମଗ୍ର ଭାରତ ବର୍ଷରେ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରେ କାର୍ଯ୍ୟ କରୁଅଛି ଓ ନେତାଜୀଙ୍କୁ ଦଳ ସ୍ୱାଧୀନତା ସଂଗ୍ରାମର ଦେବଦୂତ ହିସାବରେ ଘୋଷଣା କରିଅଛି । ଦଳ ରାଷ୍ଟ୍ରିୟ ସ୍ତରରେ ତୃତୀୟ ବିକଳ୍ପ ବୋଲି ମଧ୍ୟ ପଣ୍ଡା ମତ ବ୍ୟକ୍ତ କରିଥିଲେ ଏବଂ ଆଜି ସମାଜର ଜାତି, ଧର୍ମ ଓ ବର୍ଣ୍ଣକୁ ଭାଗଭାଗ କରି ଯେଉଁ କୁତ୍ସିତ ରାଜନୀତି ଚାଲିଛି ତାହାକୁ ନିନ୍ଦା କରିବା ସହିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଦର୍ଶ ଓ ସମସ୍ତଙ୍କୁ ଏକା ସାଙ୍ଗରେ ନେଇ ଚାଲିବା ହିଁ ଦେଶର ବିକାଶ ହୋଇପାରିବ ଓ କୁତ୍ସିତ ମାନସକିତା ମଧ୍ୟ ଦୂର ହୋଇପାରିବ ଓ ଏହା ଦ୍ୱାରା ହିଁ ନେତାଜୀଙ୍କର ଲକ୍ଷଣ ପୂରଣ ହୋଇପାରିବ । ନୀତି ଅଦର୍ଶକୁ ପାଥେୟ କରି ପୂର୍ବାଞ୍ଚଳ ଜନତା ପାର୍ଟି ସମଗ୍ର ଦେଶରେ କାର୍ଯ୍ୟ କରୁଅଛି । ସଭାରେ ରାଜ୍ୟ ମହିଳା ଶାଖା ଅଧ୍ୟକ୍ଷା ମିନାକ୍ଷୀ ଦାଶ ମହିଳାମାନଙ୍କୁ ସମାଜର ଉନ୍ନତି କ୍ଷେତ୍ରରେ ସାମିଲ କରିବା ସହିତ ସେମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତକୁ ଆଣି ସେମାନଙ୍କ ପାଇଁ ସମସ୍ତ କ୍ଷେତ୍ରରେ ୫୦% ସ୍ଥାନ ସଂରକ୍ଷଣ ପାଇଁ ଦାବୀ କରିଥିଲେ ଏବଂ ଆଗାମୀ ସାଧାରଣ ନିର୍ବାଚନରେ ବିଶେଷ କରି ମହିଳା ପ୍ରାର୍ଥୀମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଥିଲେ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ବାଲେଶ୍ୱର ଲୋକସଭା ଆସନରୁ ପଣ୍ଡା ନିଜେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ସହିତ ବାଲେଶ୍ୱର ସଦର ବିଧାନ ସଭା ଆସନରୁ ପ୍ରତାପ ଚନ୍ଦ୍ର ମହାନ୍ତି, ଭୋଗରାଇ ବିଧାନ ସଭା ଆସନରୁ ଗିରିଶ ଚନ୍ଦ୍ର ପରିଡା, ନୀଳଗିରି ବିଧାନ ସଭା ଆସନରୁ ସଞ୍ଜୟ କୁମାର ବାରିକ, ସୋର ବିଧାନ ସଭା ଆସନରୁ ଉମେଶ ଚନ୍ଦ୍ର ସେଠୀ, ସିମୁଳିଆ ବିଧାନ ସଭା ଆସନରୁ ଗଙ୍ଗାଧର ଦାସ, ରେମୁଣା ନିର୍ବାଚନ ମଣ୍ଡଳୀରୁ ଦିପୁ ଦାସ ପ୍ରମୁଖଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରାଯାଇଥିଲା ଓ ଆଗାମୀ ଦିନରେ ଦଳ ଓଡିଶାର ଏକ ରାଜନୈତିକ ବିକଳ୍ପ ହେବ ବୋଲି ପଣ୍ଡା ମତବ୍ୟକ୍ତ କରିଥିଲେ ଏବଂ ସମଗ୍ର ଭାରତବର୍ଷରେ ସାଧାରଣ ନିର୍ବାଚନ ନିମନ୍ତେ ଭାରତର ନିର୍ବାଚନ ଆୟୋଗ ଦଳକୁ ଭାୟୋଲିନ୍ ଚିହ୍ନ ପ୍ରଦାନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ପ୍ରତାପ ଚନ୍ଦ୍ର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଗିରିଶ ଚନ୍ଦ୍ର ପରିଡା, ରାଜ୍ୟ ସମ୍ପାଦକ ଗଙ୍ଗାଧର ଦାସ, ଉମେଶ ଚନ୍ଦ୍ର ସେଠୀ, ଜିଲ୍ଲା ସଭାପତି ସୁଶାନ୍ତ କୁମାର ପଣ୍ଡା, ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ସାଜନ ଅଲ୍ଲୀ ଶାହା, ସୋର ବ୍ଲକ ସଭାପତି ଚିନ୍ତାମଣି ସାମଲ, ଜିଲ୍ଲା ମହିଳା ସଭାନତ୍ରୀ ମଞ୍ଜୁଲତା ସିଂ, ସଦର ବ୍ଲକ ମହିଳା ସଭାପତି ମାଳତୀ କୁଅଁର, ବାଲେଶ୍ୱର ନଗର ସଭାପତି ରଣଜିତ୍ କୁମାର ମହାନ୍ତି, ନଗର ସମ୍ପାଦକ ହିମାଂଶୁ ମହାପାତ୍ର, ରେମୁଣା ବ୍ଲକ ସଭାପତି ଦୀପୁ ଦାସ, ରେମୁଣା ବ୍ଲକ ଉପସଭାପତି ରମାକାନ୍ତ ମୁର୍ମୁ, ରେମୁଣା ବ୍ଲକ ସମ୍ପାଦକ ମୂସୁ ମୁର୍ମୁ, ଭୋଗରାଇ ବ୍ଲକ ସଭାପତି ସଙ୍କର କୁମାର ସାହୁ, ଉପସଭାପତି ପଙ୍କଜ କୁମାର ଖଟୁଆ, ଘନଶ୍ୟାମ ତୋଳା, ସମ୍ପାଦକ ଖଗେନ୍ଦ୍ର ନାଥ ସିଂ, ରବୀନ୍ଦ୍ର ନାଥ ସାହୁ, ବ୍ଲକ ସଂଯୋଜକ ଶ୍ରୀପତି ଜେନା, ନୀଳଗିରି ବ୍ଲକ ସଭାପତି ସଞ୍ଜୟ କୁମାର ବାରିକ, ସମ୍ପାଦକ ସବିତା ଦାସ, ସିମୁଳିଆ ବ୍ଲକ ସଭାପତି ରଘୁନାଥ ମହାରଣା ଓ ସମ୍ପାଦକ ଗଙ୍ଗାଧର ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ