ପୂର୍ବାଞ୍ଚଳ ଫୁଟବଲ୍ ଓ ଟେନିସ୍ ଖେଳ ଏଥର ଓଡ଼ିଶାରେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପୂର୍ବାଞ୍ଚଳ ଫୁଟବଲ୍ ଓ ଟେନିସ୍ ପୁରୁଷ ଏବଂ ମହିଳାର ଖେଳ ଆସନ୍ତା ୨୮ ଓ ୨୯ ଦୁଇଦିନ ଧରି ସ୍ଥାନୀୟ ମମତାଜଅଲ୍ଲୀ ଖେଳପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ ଖେଳକୁ ତୃତୀୟ ବାର୍ଷିକ ନରେନ୍ଦ୍ର ଜେନା ମେମୋରିଆଲ ପୂର୍ବାଞ୍ଚଳ ଫୁଟବଲ୍ ଟେନିସ୍ ନାମରେ ସ୍ଥାନୀୟ ସିଟି କ୍ଲବ, ନୟାପଲ୍ଲୀ ଏବଂ ଭୁବନେଶ୍ୱର ଫୁଟବଲ ଟେନିସ୍ ଆସୋସିଏସନ ଭୁବନେଶ୍ୱରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ପ୍ରତିଯୋଗିତାରେ ଦେଶରୁ ମଧ୍ୟପ୍ରଦେଶ, ବିହାର, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ ଓ ଓଡ଼ିଶା ସମେତେ ୮ଟି ଦଳ ଭାଗ ନେବାକୁ ପ୍ରସ୍ତୁତି ସରିଛି । ଖେଳାଳିମାନଙ୍କର ଖାଇବା, ରହିବାର ସମସ୍ତ ବନ୍ଦୋବସ୍ତ ହୋଇଅଛି । ଏହି ପ୍ରତିଯୋଗିତାକୁ ସୁପରିଚାଳନା କରିବା ପାଇଁ ଏକ କମିଟି ପ୍ରସ୍ତୁତ କରାଯାଇଅଛି । ଉକ୍ତ କମିଟିରେ ମୁଖ୍ୟ ଉପଦେଷ୍ଟା ଭାବରେ ଡ. ସୌର୍ଯ୍ୟରଞ୍ଜନ ପରିଜା, କମିଟିର ଅଧ୍ୟକ୍ଷ ସମରେନ୍ଦ୍ର କୁମାର ଜୋନ, ସିଟି କ୍ଲବର ସମ୍ପାଦକ ପ୍ରଦୀପ ରାଉତରାୟ, ସହଦେବ ରାଉତ, ତପନ କୁମାର ଭଞ୍ଜ, ତ୍ରିନାଥ ମଙ୍ଗରାଜ, ଯୋଗେନ୍ଦ୍ର ଜେନା, ଅରୁଣ କୁମାର ସାହୁ, ପଞ୍ଚାନନ ବଳ, ସୁଜିତ୍ କୁମାର ପାତ୍ର, ରଶ୍ମିତା ମହାନ୍ତି, ଫୁଟ୍ ଭଲିର ସମ୍ପାଦକ ପ୍ରସନ୍ନ ରାଉତ ପ୍ରମୁଖ ରହି କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ଆପଣମାନେ ବହୁ ସଂଖ୍ୟାରେ ଯୋଗଦେଇ ଖେଳ ଦେଖିବାର ସୁଯୋଗ ନେବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ ।