କୃଷି ବିଭାଗର ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ପୂର୍ବ ଭାରତରେ ସବୁଜ ବିପ୍ଳବ ସୃଷ୍ଟି ନିମନ୍ତେ ଜିଲ୍ଲା କୃଷି ବିଭାଗ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତରେ ଏକ କୃଷକ ସଚେତନତା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ସହକାରୀ କୃଷି ଅଧିକାରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ଶିବିରରେ ସହକାରୀ କୃଷି ଅଧିକାରୀଣୀ କଲ୍ୟାଣୀ ରାଉତ ଓ ଉଦ୍ୟାନକୃଷି ବିଭାଗର ସହକାରୀ ଉଦ୍ୟାନକୃଷି ଅଧିକାରୀଣୀ ବିନୋଦିନୀ ମାହାଳି ପ୍ରମୁଖ ଯୋଗଦେଇ ଉପସ୍ଥିତ ଶତାଧିକ କୃଷକମାନଙ୍କୁ ସୂର୍ଣ୍ଣ ସୱାନ ଧାନ ଚାଷ ନିମନ୍ତେ ଜିଙ୍କ ସଲଫୋ,ଆସୋ ମେଥୋଜାମ,ଲାମଡା ଡାଇହାଲୋଥ୍ରୀନ ଭଳି ଔଷଧ ଏବଂ ଆନାଡିରାଟିମ ଓ ହାଲିଡା ମାଇସିନ ସାର ବ୍ୟବହାର କରିଲେ ଅଧିକ ଉତ୍ପାଦନ ହେବା ସହିତ ଧାନ କଣ୍ଠି ହେବ ନାହିଁ ବୋଲି ବୁଝାଇଥିଲେ । ମାଟିରେ ଜିଙ୍କ ସଲଫେଟ ବା ଅଣୁସାର କମ ରହୁଥିବାରୁ ଉପରୋକ୍ତ ସାର ଏବଂ ଔଷଧର ସଠିକ ବ୍ୟବହାର ଦ୍ୱାରା ଚାଷୀମାନେ ଉପକୃତ ହୋଇପାରିବେ ବୋଲି ସେମାନଙ୍କୁ ସଚେତନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ