ପୂର୍ବ ଶତୃତାକୁ କେନ୍ଦ୍ରକରି ଆକ୍ରମଣ ସହ ହତ୍ୟା ଧମକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପୂର୍ବ ଶତୃତାକୁ କେନ୍ଦ୍ରକରି ହିଞ୍ଜିଳି ଥାନା ପଳାସି ଗ୍ରାମରେ ଜଣେ ଯୁବକଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ହିଞ୍ଜିଳି ଥାନା ଶିକୁଳିପଲ୍ଲୀ ଗ୍ରାମର ଏ.ଭିମ ପାତ୍ର(୩୧) ଗତକାଲି ରାତିରେ ପଳାସି ଗ୍ରାମର ଜଣେ ସର୍ମ୍ପକୀୟଙ୍କ ଘରକୁ ଯାଇ ବାଇକ୍ ଯୋଗେ ଗ୍ରାମକୁ ଫେରୁଥିଲେ । ପଳାସି ଗ୍ରାମ ଡେଙ୍ଗଳ ପଡିଆ ନିକଟରେ ସଂପୃକ୍ତ ଗ୍ରାମର ଅଜୟ ସେଠି, ଆଲୋକ ମହାନ୍ତି ଓ ନାରାୟଣ ଗୌଡ ଛକି ରହିଥିଲେ । ଭିମ ଫେରିବା ସୟମରେ ତାଙ୍କୁ ୩ ଜଣ ଅଟକାଇ ପୂର୍ବ ଶତୃତାକୁ କେନ୍ଦ୍ର କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ ଏବଂ ପୂର୍ନବାର କେବେ ତାଙ୍‌କ ଗାଁକୁ ଆସିଲେ ହତ୍ୟା କରିବୁ ବୋଲି ଧମକ ଦେଇଥିଲେ ବୋଲି ଭିମ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନଂ- ୩୧୪/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ