ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ଘଟଣାରେ ୫ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଚଳିତ ମାସ ୧୨ ତାରିଖ ବିିଳମ୍ବିତି ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତିଗାଁରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗ୍ରାମର ପିଂଟୁ ବେହେରାଙ୍କୁ ଗ୍ରାମର କିଛି ଯୁବକ ହତ୍ୟା ଧମକ ଦେବା ସହ ଅପହରଣ କରିବା ପରେ ହତ୍ୟା ଉଦ୍ୟମ କରିଥିଲେ । ଏ ନେଇ ହିଞ୍ଜିଳି ଥାନାରେ ନଂ- ୨୦୦/୨୦ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଶୁକ୍ରବାର ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ଅନ୍ତରିଗାଁର ପପୁ ବହେରା (୧୯), ସଞ୍ଜୟ ବେହେରା ଓରଫ ଗୋଜା(୨୦), ପିଂଟୁ ବେହେରା (୨୦) ଓ ପୋଲସରା ଥାନା ଚିରିପଡ଼ା ଗ୍ରାମର ସୁଭମ ମହାନ୍ତି (୨୪) । ଗିରଫ ୫ ଯୁବକଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।ପ୍ରକାଶ ଯେ, ଚଳିତ ମାସ ୧୨ ତାରିଖ ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପୁରୁଷୋତମପୁର ବ୍ଳକ ଅନ୍ତରିଗାଁର ପିଂଟୁଙ୍କ ସହ ସେହି ଗ୍ରାମର କିଛି ଯୁବକଙ୍କ ସହ କୌଣସି କଥାକୁ କେନ୍ଦ୍ର କରି ସୁରତରେ କାମ କରୁଥିବା ସମୟରେ ଶତୃତା ଲାଗି ରହିଥିଲା । ପିଂଟୁ ଗତ ୮ ମାସ ପୂର୍ବେ ସୁରତରୁ ଗ୍ରାମକୁ ଫେରିଥିଲେ । କିଛି ଦିନ ପୂର୍ବେ ଗ୍ରାମର ଅପର ଗୋଷ୍ଠୀର କିଛି ଯୁବକ ମଧ୍ୟ ଗ୍ରାମକୁ ଫେରିଥିଲେ । ୧୨ ତାରିଖ ସକାଳେ କୌଣସି କଥାକୁ କେନ୍ଦ୍ର କରି ପିଂଟୁଙ୍କ ସହ ସେହି ଗ୍ରାମର କିଛି ସୁରତ ପେରନ୍ତା ଯୁବକଙ୍କ ସହ କଥା କଟା କାଟି ହୋଇଥିଲା । ପରେ ଗୋଷ୍ଠୀର ଯୁବକ ମାନେ ପିଂଟୁଙ୍କୁ ହତ୍ୟା ଧମକ ଦେଇ ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ୧୨ ତାରିଖ ରାତିରେ ଯୁବକ ଜଣକ ରାତ୍ର ଭୋଜନ ସାି ଘରର ଛାତ ଉପରେ ଶୋଇଥିବା ଗ୍ରାମର କିଛି ଯୁବକ କୌଶଳ କ୍ରମେ ଯୁବକଙ୍କୁ ଅପହରଣ କରି ନେଇଥିଲେ । ଶନିବାର ଭୋରରୁ ସ୍ଥାନୀୟ ଗ୍ରାମ ବାତ୍ୟା ଆଶ୍ରୟ ସ୍ଥଳୀ ନିକଟରେ ପିଂଟୁଙ୍କ ହାତ ଗୋଡ଼ ଓ ପାଟି ବନ୍ଧା ହୋଇ ଅଚେତ ଅବସ୍ଥାରେ ପଡ଼ିଥିବା ଗ୍ରାମର କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ସଦସ୍ୟ ଘଟଣା ସ୍ଥଳରେ ପଂହଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଖବର ପାଇ ୧୩ ତାରିଖ ସନ୍ଧ୍ୟାରେ ହିଞ୍ଜିଳି ପୁଲିସ ସଂପୃକ୍ତ ଗ୍ରାମରେ ପଂହଚି ଘଟଣାର ତଦନ୍ତ ଚଳାଇଥିଲା । ଆହତ ଯୁବକଙ୍କ ବାପା ସନ୍ତୋଷ ଏ ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।


