ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ରାଳବ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ସେହି ଗ୍ରାମର ୨ ଜଣ ଆକ୍ରମଣ କରିଛନ୍ତି ।‌ ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମର ସଞ୍ଜୟ ପରିଡା (୪୨) । ପ୍ରକାଶ ଯେ ସଞ୍ଜୟ ସୋମବାର ଅପରାହ୍ନରେ କୌଣସି କାମରେ ଅନ୍ତରିଗାଁରୁ କାମ ସାରି ଘରକୁ ଫେରୁଥିବା ବେଳେ ଗ୍ରାମ ନିକଟରେ ସେହି ଗ୍ରାମର ୨ ଜଣ ଯୁବକ ଆକ୍ରମଣ କରିବା ଉଦ୍ଧେଶ୍ୟରେ ଛକି ରହିଥିଲେ । ସଞ୍ଜୟଙ୍କୁ ଦେଖି ୨ ଯୁବକ ଧରିଥିବା ଠେଙ୍ଗାରେ ସଞ୍ଜୟଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇ ଅଚେତ ହୋଇ ଘଟଣା ସ୍ଥଳରେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ପରେ ଆକ୍ରମଣକାରୀ ଦ୍ବୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ