ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତ ଲଗାଇଲେ ନିଆଁ : ସାଇକେଲ, ଲୁନା, ବାଇକ ଜଳିପୋଡି ନଷ୍ଟ

ଭଞ୍ଜନଗର/ବୁଗୁଡ଼ା (ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଥାନା ଅନ୍ତର୍ଗତ ନିମପଦର ଗ୍ରାମ ରେ ଏକ ଅଘଟଣ ଘଟିଯାଇଛି l ପୂର୍ବ ଶତ୍ରୁତା କୁ ନେଇ କିଛି ଦୁର୍ବୁତ୍ତମାନେ ଗତକାଲି ବିଳମ୍ବିତ ରାତିରେ ନିମପଦର ଗ୍ରାମର ମିଥୁନ ପଲେଇ ନାମକ ଜଣେ ବ୍ୟକ୍ତି ର ଘର ଆଗରେ ଅତି ଖରାପ ଭାଷା ରେ ଗାଳିଗୁଲଜ କରିବା ସହିତ ତାଙ୍କ ପୁରୁଣାଘରେ ଥିବା ଗୋଟିଏ ଟିଭିଏସ ଆର ଟି ଆର 160 ବାଇକ, ଗୋଟିଏ ଟି ଭି ଏସ ଏକସେଲ ଓ 5ଟି ସାଇକେଲ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି l ଯାହା ଫଳରେ ଲକ୍ଷାଧିକ ଟଙ୍କା ର ଧନସମ୍ପତ୍ତି ଜଳିପୋଡି ନଷ୍ଟହୋଇଯାଇଛି l ଏହି ଘଟଣା ସମ୍ପର୍କ ରେ ଦମକଳବିଭାଗ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାବେଳକୁ ସବୁ ଜିନିଷ ଜଳିପୋଡି ନଷ୍ଟ ହୋଇଯାଇଥିଲା l ଏହି ଘଟଣା ସମ୍ପର୍କ ରେ ବୁଗୁଡ଼ା ପୋଲିସ ଥାନାରେ ଏତଲା ଦିଆଯାଇଛି l କିନ୍ତୁ ଏପର୍ଯ୍ୟନ୍ତ ଘଟଣାସ୍ଥଳ କୁ ପୋଲିସ ଆସିନାହିଁ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ