ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଦ୍ୟାଳୟ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ, ୧ଗରିଫ,୭ଫେରାର
କୋଣାର୍କ ( ଗଣେଶ ବେହେରା ): କୋଣାର୍କ ଥାନା ଅଧୀନସ୍ଥ ଅଚ୍ୟୁତପୁର ପଞ୍ଚାୟତ ର ବିଦ୍ୟାଳୟ କମିଟି ସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ କୋଣାର୍କ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ୭ଜଣ ଫେରାଇ ହୋଇଯାଇଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ ଅଚ୍ୟୁତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା କମିଟି ସଭାପତି ପ୍ରସନ୍ନ କୁମାର ବିଶ୍ବାଳ ଙ୍କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୈଣସି ଏକ କାମରେ ବିଦ୍ୟାଳୟ କୁ ଡାକିଥିଲେ। ସେ ବିଦ୍ଯାଳୟ କୁ ଯିବା ପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର ବଟକୃଷ୍ଣ ବିଶ୍ବାଳ, ତୁଷାର ବିଶ୍ବାଳ, ସଦାଶିବ ବିଶ୍ବାଳ, କୌଳାସ ବିଶ୍ବାଳ, ଶୁକଦେବ ବିଶ୍ବାଳ, ଦିଲ୍ଲୀପ ବିଶ୍ବାଳ, ସୁବାସ ବିଶ୍ବାଳ ଓ ପ୍ରମିଳା ବିଶ୍ବାଳ ପ୍ରମୁଖ ସଂଘବଦ୍ଧ ଭାବେ ବିଦ୍ୟାଳୟ ସଭାପତି ପ୍ରସନ୍ନ ବିଶ୍ବାଳ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା କୋଣାର୍କ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ବଟକୃଷ୍ଣ ବିଶ୍ବାଳ କାଠଫାଳିଆ ଧରି ପ୍ରସନ୍ନ କୁ ମରଣାନ୍ତକ ଆକ୍ରମଣ କରିବା ସହ ଅନ୍ୟମାନେ ହାତରେ ମାରଣାସ୍ତ୍ର ଧରିଥିବା ଏତଲା ରେ ଦର୍ଶାଯାଇଥିବା ଜଣାପଡିଛି। ଏହି ଆକ୍ରମଣରେ ବିଦ୍ୟାଳୟ ସଭାପତି ଶ୍ରୀ ବିଶ୍ବାଳଙ୍କ ଡାହାଣ ହାତ ଭାଂଗିଯିବା ସହ ହାତରୁ ପ୍ରବଳ ରକ୍ତପାତ ହୋଇଛି। ଏନେଇ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଙ୍କ ନେତୃତ୍ଵରେ ଏକ ଟିମ ଅଚ୍ୟୁତପୁର ଗ୍ରାମରେ ଚଢାଉ କରି ମୁଖ୍ଯ ଅଭିଯୁକ୍ତ ବଟକୃଷ୍ଣ ବିଶ୍ବାଳ ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ଜଣାପଡିଛି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।